ରଘୁନାଥପୁର ବଡଦାଣ୍ଡରେ ପ୍ରଭୁ କାଳିଆ ସାଆନ୍ତଙ୍କ ବ୍ୟଞ୍ଜନ ଦ୍ଵାଦଶୀ ପାଳନ
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରଘୁନାଥପୁର ଗ୍ରାମପଞ୍ଚାୟତର ବଡଦାଣ୍ଡରେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବ୍ୟଞ୍ଜନ ଦ୍ଵାଦଶୀରେ ଭକ୍ତମାନଙ୍କ ମଧ୍ୟରେ ବହୁ ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଇଛି,1757 ମସିହାରେ ମିତ୍ର ପରିବାରର ସଦସ୍ୟଙ୍କ ଦ୍ଵାରା ଗଢ଼ି ଉଠିଥିଲା କାଳିଆ ସାଆନ୍ତ ଙ୍କ ମନ୍ଦିର.ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସିବେନ ମିତ୍ର, ଶ୍ରୀଦେବ ସରକାରଙ୍କ ତାଙ୍କରି ତତ୍ତ୍ଵାବଧାନରେ ପ୍ରାତଃରୁ କାଳିଆ ସାଆନ୍ତଙ୍କର ବିଭିନ୍ନ ନୀତିକାନ୍ତି ସମ୍ପାଦନା ପରେ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା. ମଧ୍ୟାହ୍ନରେ 56 ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ କାଳିଆ ସାଆନ୍ତ ଙ୍କ ଲାଗି କରାଯାଇଥିଲା .ଏଥିରେ ମୁଖ୍ୟ ଜଗନ୍ନାଥଙ୍କ ପୂଜକ ଦେବାଶିଷ ଚାଟାର୍ଜୀ,ହରିଶ ଚନ୍ଦ୍ର ପଣ୍ଡା ବ୍ୟଞ୍ଜନ ଦ୍ଵାଦଶୀ ପୂଜାର ସମସ୍ତ ଦାୟିତ୍ଵ ନିର୍ବାହ କରିଥିଲେ. ମନ୍ଦିରରେ ସଙ୍ଖ ,ଘଣ୍ଟ ହୁଳହୁଳି ସଙ୍କୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ. ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବମୟ ମହାମିଳନ ହୋଇଯାଇଥିଲା ରଘୁନାଥପୁର ବଡଦାଣ୍ଡ. ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚି ପୂଜାର୍ଚନା କରି ପ୍ରସାଦ ପାଇ ନିଜ ନିଜ ଘରକୁ ଫେରିଥିଲେ. ଏହି ମହୋତ୍ସବରେ ମୁଖ୍ୟ ସୂର୍ଯ୍ୟକାନ୍ତ ସାହୁ,ସୁଭ୍ରଜ୍ୟୋତି ମହାପାତ୍ର,ପ୍ରମୋଦ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରିଥିଲେ ଏବଂ ଏଥିସହିତ ସିଦ୍ଧେଶ୍ବର କ୍ଲବ ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଙ୍କ ସହଯୋଗରେ ଏହି ବ୍ୟଞ୍ଜନ ଦ୍ଵାଦଶୀରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା .
ଜଗତ୍ସିଂହପୁର ଜିଲ୍ଲା ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ
