ଗୁହାରି ଶୁଣିଲାନି ବ୍ୟାଙ୍କ, ଧାରଣାରେ ବସିଲେ ଠକେଇର ଶିକାର ହୋଇଥିବା ଯୁବକ।
Date – 5.8.25Place – ସୋରଡ଼ା ଠକେଇ ସମସ୍ୟାର ସମାଧାନ କରିଲାନି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ।ଓଲଟି ଘର ନିଲାମ ପାଇଁ ଜାରିକଲା ବିଜ୍ଞପ୍ତି। ଶେଷରେ ବାଧ୍ୟ ହୋଇ ବ୍ୟାଙ୍କ ବାରଣ୍ଡାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଲେ ଠକେଇର ଶିକାର ହୋଇଥିବା ଯୁବକ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା ଶାଖା ପଞ୍ଜାବ ନେସନାଲ ବ୍ୟାଙ୍କରୁ ଆସିଛି ଏଭଳି ଅଭିଯୋଗ। ଏ ହେଉଛନ୍ତି ବାଉଁଶଲୁଣ୍ଡି ପଂଚାୟତ କୋଦଣ୍ଡା ଛକରେ ରହୁଥିବା ସିମାଞ୍ଚଳ ସାହୁ। ଗତବର୍ଷ ସେପ୍ଟେମ୍ବର ମାସରେ ସିମାଞ୍ଚଳଙ୍କ ଆକାଉଣ୍ଟରୁ ୯ ଲକ୍ଷ ଟଙ୍କାର ଠକେଇ ହୋଇଥିଲା ।ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇବାପରେ ବି କୌଣସି ସହଯୋଗ ପାଇନଥିଲେ। ଶେଷରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ହାଇ କୋର୍ଟର ନିର୍ଦେଶ ବଳରେ ବ୍ୟାଙ୍କର ଭୁଲ କରିଥିବା ଜାଣି ଜରିମାନା ବାବଦକୁ ପାଞ୍ଚଲକ୍ଷ ପଠାଇଛି।ସିମାଞ୍ଚଳଙ୍କୁ ଠକେଇ ଅର୍ଥ ପୁରା ମିଳିନଥିବା ବେଳେ ଏବେ ପୁଣି ବକେୟା ଅର୍ଥ ଆଦାୟ ପାଇଁ ବ୍ୟାଙ୍କ ତରଫରୁ ଚାପ ପକାଯାଉଥିବା ଅଭିଯୋଗ କରିଛନ୍ତି ସିମାଞ୍ଚଳ।ଅନ୍ୟପଟେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଛନ୍ତି ସିମାଞ୍ଚଳଙ୍କ ନାମରେ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଋଣ ଥିବାରୁ ଓଡିଶା ମୁଖ୍ୟ ଶାଖା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
