ବାଗଗଡ ବନ ବିଭାଗ କୁ ମିଳିଛି ବଡ ସଫଳତା

ସୋରଡା ୭/୧୨ଗଞ୍ଜାମ ଜିଲ୍ଲା ବଡଗଡ ବନବିଭାଗ ଅଧୀନରେ ଥିବା ବୋରଦା ନିକଟ ରୁ ଶାଗୁଆନ କାଠ ଚୋରା ଚାଲାଣ ବେଳେ ମାଡ଼ିବସିଲା ବଡଗଡ ବନ ବିଭାଗ । ଗଞ୍ଜାମ ଜିଲ୍ଲା ବଡଗଡ ବନବିଭାଗର ପାଟ୍ରୋଲିଂ ବେଳେ କାଠ ବୋଝେଇ 407 ସହ ଏକ ବାଇକ ଜବତ ହୋଇଛି । ବିଶେଷସୂତ୍ରରୁ ଖବର ପାଇ ବଡଗଡ ରେଞ୍ଜର ସମସ୍ତ କର୍ମଚାରୀଙ୍କ ସହ ଏକ ଟିମ୍ ଵୋରଦା ରାସ୍ତାରେ ପେଟ୍ରୋଲିଂ କରୁଥିଲେ ।ଏବଂ ପେଟ୍ରୋଲିଂ ବେଳେ କାଠ ବୋଝେଇ ଗାଡ଼ି ଓ କର୍ମଚାରୀଙ୍କ ମଧ୍ୟରେ ଲୁଚକାଳି ଓ ବହୁ କସରତ ପରେ ରାତ୍ରିର ଦ୍ୱିତୀୟ ପ୍ରହରରେ ବହୁ ଛକାପଞ୍ଝା ପରେ କାଠ ବୋଝେଇ 407 ଗାଡ଼ିଟି ଅକଲରେ ପଡିଯାଇଥିଲା।ଏବଂ ଵୋରୋଦା ଓ ବଳିଆ ପିଟାଛକ ମଧ୍ୟସ୍ଥ ଘଞ୍ଚ ବୁଦା ମଧ୍ୟରେ ଗାଡିଟିକୁ ଛାଡି ଡ୍ରାଇଭର ଚାଲିଯିବା ପାଇଁ ସକ୍ଷମ ହୋଇଥିବା ବେଳେ ଯାଞ୍ଚ ବେଳେ 35 ଶାଗୁଆନ ଓ ପିଆସାଳ କାଠ ଗଣ୍ଡି ଵୋଝେଇ 407 ଗାଡ଼ି ସହ ପାଇ ଜବତ କରିଥିଲା ବନବିଭାଗ । ଜବତ କାଠର ମୂଲ୍ୟ ପ୍ରାୟ 5 ଲକ୍ଷ୍ୟ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଏବଂ ବଡଗଡ ବନ୍ ବିଭାଗଟି ଗଞ୍ଜାମ ଗଜପତି ଓ କନ୍ଧମାଳର ସଂଯୋଗ ସ୍ଥଳ ହେତୁ ଅନେକ ସମୟରେ କାଠ ମାଫିଆଙ୍କ ମେଣ୍ଟସ୍ଥଳ ହୋଇଥିବା ବେଳେ ବର୍ତ୍ତମାନ ନିଯୁକ୍ତ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଓ ସଞ୍ଚାଳନ କ୍ଷମତା ସହିତ କର୍ମଚାରୀ ମାନଙ୍କ ସହଯୋଗ ହେତୁ ଏହିପରି ବିଭାଗକୁ ସଫଳତା ମିଳୁଥିବା ବେଳେ ମାଫିଆ ଓ ଏଥିକୁ ନେଇ ବଞ୍ଚିବା ପାଇଁ ରାହା ଖୋଜୁଥିବା ଶ୍ରମିକ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ବିଭିନ୍ନ ସମୟରେ ବିଭାଗ ଦ୍ଵାରା ନାନା ସହାୟତା ଓ କାର୍ଯ୍ୟ ପନ୍ଥା ଯୋଗାଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଏହି ବନାଞ୍ଚଳ କର୍ମଚାରୀ । ଏହି ଚଢ଼ାଉ ବେଳେ ସିଧପୁର ବନପାଳ ଜଗବନ୍ଧୁ ପାତ୍ର ,ଗୌଡ଼ ଗୋଠ ବନପାଳ ବସନ୍ତ ସେଠୀ,ବନରଖି ସିମାଞ୍ଚଳ ଜେନାଙ୍କ ସହ କ୍ଷେତ କର୍ମୀ ,ଧନସ୍ୱେର ପ୍ରଧାନ,କୃଷ୍ଣ ଗୌଡ଼,ଦୁର୍ଗା ସେଠୀ ଆଦିଙ୍କ ସହ ସମସ୍ତ ବନ କର୍ମଚାରୀ ଉପସ୍ଥିତ ହୋଇ ଚଢ଼ାଉରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *