ବ୍ରହ୍ମପୁର ମହୋତ୍ସବ ଉଦଘାଟିତ

ବ୍ରହ୍ମପୁର ମହୋତ୍ସବ ଉଦଘାଟିତ
ଦ୍ୱିତୀୟ ଦିନରେ ଦୁଲୁକିଲା ସାଂସ୍କୃତିକ ମହାମଞ୍ଚ

ବ୍ରହ୍ମପୁର 2/2
ଅଗ୍ରଣୀ ସାଂସ୍କୃତିକ ମହୋତ୍ସଵ ବ୍ରହ୍ମପୁର ମହୋତ୍ସବ 25 ସହ ଚଉଦ ତମ ଜାତୀୟ ଓଡିଶା ସ୍ୱାଭିମାନ ସମ୍ମିଳନୀ ଦ୍ୱିତୀୟ ରଜନୀ ରେ ସ୍ଥାନୀୟ ଇଞ୍ଜିନିୟେରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇପାରିଛି l ଛ ଦିନ ବ୍ୟାପି ମହୋତ୍ସବ ରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କିସମ ର ଷ୍ଟଲ ସହ ସତୁରୁରୀ ରୁ ଅଧିକ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବା ସହ, ପ୍ରତ୍ୟକ ଦିନ ଓଡିଶା ର ପଯ୍ୟଟନ, ସାହିତ୍ୟ, ସଂସ୍କୃତି ଶୀର୍ଷକ ସହ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଅଛିl ଏହି ଅବସରରେ ମୁଖ୍ୟଅତିଥି ରୂପେ ମେୟର ସଂଘମିତ୍ରା ଦଳାଇ ଓ ମୁଖ୍ୟବକ୍ତା ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଯୋଗ ଦେଇ ମହୋତ୍ସବ ର ଶୁଭାରମ୍ଭ କରିଥିଲେ।

ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ ଙ୍କ ପୋରହିତ୍ୟ ରେ ଅନୁଷ୍ଠିତ ଉତ୍ସବରେ ମିତଲ ମାଇନିଙ୍ଗ ଗ୍ରୁପ ସଭାପତି ଶ୍ରୀ ବିଶ୍ଵରଞ୍ଜନ ପାଢ଼ୀ, ବ୍ରହ୍ମପୁର ପ୍ରେସ କ୍ଲବ ସଭାପତି ଶ୍ରୀ ଅଶୋକ ବ୍ରହ୍ମା, ଗଞ୍ଜାମ ବାର ଏସୋସିଏସନ ସଭାପତି ଶ୍ରୀ ଅଶୋକ ବ୍ରହ୍ମା, ପୂର୍ବତନ ବି ଡି ଏ ଅଧକ୍ଷ ଶ୍ରୀ ଶରତ ରଞ୍ଜନ ପଟନାୟକ , ପୂର୍ବତନ କାଜୁ ନିଗମ୍ ଅଧ୍ୟକ୍ଷ ସୁବାସ ମହରଣ l ନାରାୟଣ ମାହାଙ୍କୁଡ, ଶ୍ରୀ ଅନିଲ ପାତ୍ର ପ୍ରମୁଖ ଯୋଗ ଦେଇ ଓଡ଼ିଶାର ଅର୍ଥନୀତି ଉପରେ ଆଲୋଚନା କରିଥିଲେ ।ମହୋତ୍ସବ ସମ୍ପାଦକ ଗୋପାଳ ପଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରକାଶ ଭାଜନୀ,ଶ୍ରୀକାନ୍ତ ସାବତ ରେସମ୍ପାସ ମାର୍କେଟିଙ୍ଗ ଇଭେଣ୍ଟ ଏମ ଡି ଶ୍ରୀ ରବିଶଙ୍କର, , ତପନ ପଣ୍ଡା, ନିବେଦିତା ପାଢ଼ୀ, ସାଧନା ପାଢ଼ୀ, , ପୁଷ୍ପାଞ୍ଜଳି ମହାପାତ୍ର, ରିତାଞ୍ଜଳି ସ୍ୱାଇଁ, ମିନା ଦାଶ, ଅନନ୍ତ ପ୍ରଧାନ, ମନରଞ୍ଜନ ପାଢ଼ୀ,ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।, ଗୁଲମ ରସୁଲ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *