ବର୍ଣ୍ଣାଳୀ ମହୋତ୍ସବ
ଫେବୃଆରୀ ୧୩ ଓ ୧୪ ରେ ୭ ମ ବର୍ଣ୍ଣାଳୀ ମହୋତ୍ସବ
ଭୁବନେଶ୍ୱର ତା-୧୨.୦୨.୨୦୨୫
“ରୁଦ୍ରାକ୍ଷ ଫାଉଣ୍ଡେସନ”,ଭୁବନେଶ୍ୱର ଦ୍ୱାରା ଆୟୋଜିତ “୭ମ ବର୍ଣ୍ଣାଳୀ” ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ଆଗାମୀ ଫେବୃଆରୀ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି “ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର” ଠାରେ ଅନୁଷ୍ଠିତ ହେବ l ଏହା ପ୍ରତ୍ୟହ ସନ୍ଧ୍ୟା ୬.୩୦ ରୁ ଆରମ୍ଭ ହେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି l ‘ରୁଦ୍ରାକ୍ଷ ଫାଉଣ୍ଡେସନ’ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ଦ୍ୱାରା ପ୍ରତିଷ୍ଠିତ । କାର୍ଯ୍ୟକ୍ରମରେ ଏହି ଅନୁଷ୍ଠାନର ନୃତ୍ୟ ଶିଳ୍ପୀମାନଙ୍କ ସମେତ ଅନ୍ୟ ନିମନ୍ତ୍ରିତ ବିଭିନ୍ନ ଅନୁଷ୍ଠାନରୁ କଳାକାର ମାନେ ଯୋଗଦାନ କରି ନୃତ୍ୟ ପରିବେଷଣ କରିବେ ବୋଲି ଜଣାଯାଇଛି ।
