ବାସନ୍ତିକ ଦୁର୍ଗାପୂଜା ଉପଲକ୍ଷେ କନ୍ୟା ପୁଜନ ଅନୁଷ୍ଟିତ

ବାସନ୍ତିକ ଦୁର୍ଗାପୂଜା ଉପଲକ୍ଷେ କନ୍ୟା ପୁଜନ ଅନୁଷ୍ଟିତ

ବ୍ୟାସନଗର, ୨୭/୦୩ : ଚଳିତ ବର୍ଷ ଚୋରଦା ସାର୍ବଜନୀନ ଦୂର୍ଗା ମନ୍ଦିର କମିଟି ତରଫରୁ ଚତୁର୍ଦ୍ଦଶ ବାସନ୍ତିକ ଦୂର୍ଗା ପୁଜା ଅନୁଷ୍ଟିତ ହୋଇଯାଇଛି। ଯଥା ରୀତି ବିଧି ନିୟମ ଅନୁସାରେ କଳସ ସ୍ଥାପନ, ମାଙ୍କ ସପ୍ତମୀ ପୂଜା, ଅଷ୍ଟମୀ ପୂଜା ଏବଂ ନବମୀ ପୂଜା ପ୍ରତ୍ୟେହ ରାତ୍ରିକାଳରେ ବିରଜା ମନ୍ଦିର ର ପଣ୍ଡିତ ଟିକିନା ଗୋସାଇଁ ଙ୍କ ତତ୍ୱାବଧାନ ରେ ଏବଂ କର୍ତ୍ତା ପ୍ରଭୁପ୍ରକାଶ ମହାନ୍ତି ଙ୍କ ସହଯୋଗରେ ସମ୍ପୂର୍ଣ୍ଣ ହୋଇଛି। ପୂଜକ ଅଭିଳାଷ ପଣ୍ଡା ଓ କାଠି ନନା ଚାରିଦିନ ଧରି ମାଙ୍କ ପୂଜାର୍ଚ୍ଚନା ସହିତ ସମସ୍ଥିଙ୍କୁ ପ୍ରସାଦ ବଣ୍ଟନ କରିଥିଲେ। ଆଜି ନବମୀ ତିଥିରେ କନ୍ୟା ପୁଜନ କାର୍ଯ୍ୟକ୍ରମ ବେଶ୍ ଆଡ଼ମ୍ବର ରେ ଦୂର୍ଗା ବାହିନୀ ତରଫରୁ ପାଳିତ ହୋଇଛି। ପ୍ରଥମେ ୯ ଜଣ କନ୍ୟାଙ୍କୁ ଦେବୀ ରୂପରେ ସଜ୍ଜିତ କରି ଭୈରନ ସହିତ ପୂଜା ବନ୍ଦାପନା , ଆଶୀର୍ଵାଦ ସମସ୍ତେ ନେଇ ନବରାତ୍ରୀ ଶେଷ କରିଥିଲେ। ଦୁର୍ଗା ବାହିନୀ ତରଫରୁ କୁସୁମ ସାହୁ, କାନନବାଳା ଦାସ, ସରିତା ଶର୍ମା, ପ୍ରଗତୀ ପାଢ଼ୀ, ସୁସ୍ମିତା ମହାନ୍ତି, ମାମା ପଟ୍ଟନାୟକ, ଶାନ୍ତିଲତା ସାହୁ,ବାବୁଲି ରାଉତ, ଚନ୍ଦ୍ରୀ ସିଂହ ପ୍ରମୁଖ ପରିଚାଳନା କରିଥିଲେ। ଉପଦେଷ୍ଟା ବିବେକାନନ୍ଦ ମହାନ୍ତି, ସମ୍ପାଦକ ନିରାକାର ସାହୁ , କାର୍ଯ୍ୟକାରି ସଭାପତି ଅକ୍ଷୟ କୁମାର ଦେଓ, ଵିନୋଦ ଶର୍ମା,ସୁଶାନ୍ତ କୁମାର ପାଢ଼ୀ, ପଦ୍ୟୁମ୍ନ ନାୟକ, ବିଶ୍ଵନାଥ ସାହୁ, ରମାକାନ୍ତ ଦାସ, ଅବିନାଶ ପଣ୍ଡା, ଗଗନ ବିହାରୀ ସିଂ, ପ୍ରଫୁଲ୍ଲ କୁମାର ମହାନ୍ତି, ବିନାୟକ ବଳ, ଜୟଦେବ ନାୟକ ,ସମରେନ୍ଦ୍ର ଜେନା,ସନ୍ତୋଷ ପଣ୍ଡା , କୃଷ୍ଣ ଚରଣ ଜେନା,ପଞ୍ଚାନନ ଦାସ, ବିଶାଳ ରାଉତ, ବିନାୟକ ବଳ , ରାଇଚରଣ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *