ବ୍ୟାସସରୋବର ମହୋତ୍ସବ ୨୦୨୬ ଉଦ୍‌ଘାଟିତ

ଭୌମ ଏକାଦଶୀ ରେ ଉଦ୍‌ଘାଟିତ ହୋଇଯାଇଛି ବ୍ୟାସସରୋବର ମହୋତ୍ସବ l ବ୍ୟାସନଗର ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ମୁଖ୍ୟଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି l ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ ଯୋଗଦେଇ ବ୍ୟାସସରୋବର ଐତିହ୍ୟ ଓ ପରମ୍ପରା ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ପାରିଷଦ ବୃନ୍ଦ ଯୋଗଦେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ମାନସୀ ପଣ୍ଡା, ବାଇଧର ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ବ୍ୟାସଶ୍ରୀ କଳାନିକେତନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ମହୋତ୍ସବକୁ ପୌରପରିଷଦ ର ସମସ୍ତ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *