ସାବଧାନ ଦେବୀ ମୁହାଁଣରେ ବୁଲୁଛି କୁମ୍ଭୀର ।
ସାବଧାନ ଦେବୀ ମୁହାଁଣରେ ବୁଲୁଛି କୁମ୍ଭୀର ।ପୂର୍ବରୁ ଜାହାନିଆ ଏବେ ଅଣକଣା ସମୁଦ୍ର ନିକଟରେ ।ସ୍ଥାନୀୟ ଲୋକେ ଆତଙ୍କିତ ।ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ଦେବୀନଦୀ ମୁହାଁଣ ଅଞ୍ଚଳରେ କୁମ୍ଭୀର ଆତଙ୍କ । କିଛି ଦିନ ପୂର୍ବେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ନଗର ଗ୍ରାମପଂଚାୟତ ସନ୍ନିକଟ ପ୍ରଭାହିତ ଦେବୀ ନଦୀରେ ଦେଖାଦେଇଥିଲା କୁମ୍ଭୀର । ସ୍ଥାନୀୟ ଅଞ୍ଚଳ କିଛି ଯୁବକ ମାଛ ଧରିବାକୁ ଯାଉଥିବା ବେଳେ ନିଜ ଫୋନ ରେ ଭିଡ଼ିଓ ସୁଟିଂ କରିଥିଲେ। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ।ଏହା ଶହ ପୀରଜାହାନିଆ ସମୁଦ୍ର କୂଳରେ କୁମ୍ଭୀର ଦେଖା ଯାଇଥିବା ବେଳେ ପୁନର୍ବାର ଅସ୍ତରଙ୍ଗ ସମୁଦ୍ର କୂଳ ଅଣକଣା ନିକଟରେ ଦେଖିବାକୁ ମିଳିଛି।ସ୍ଥାନୀୟ ଅଞ୍ଚଳ ଲୋକେ ସମୁଦ୍ର କୂଳକୁ ଯିବା ସମୟରେ ଦେଖିଥିଲେ କୁମ୍ଭୀର ଟି ସମୁଦ୍ର କୂଳରେ ଖରା ଖାଉଥିବାର ଚିତ୍ର ଦେଖିବାକୁ ମିଳିଥିଲା। ଲୋକ ମାନେ କୁମ୍ଭୀର ଫୋଟ ମଧ୍ୟ ଉଠାଇଥିଲେ ।

ସ୍ଥାନୀୟ ଅଂଚଳରେ କୁମ୍ଭୀର ବାରମ୍ବାର ଦେଖା ଯାଉଥିବା ବେଳେ ବନବିଭାଗ ପକ୍ଷରୁ କେବଳ ପୀରଜାହାନିଆ ନିକଟରେ କେବଳ ସଚେତନତା କରି କାମ ସାରି ଦେଇଛି ବନ ବିଭାଗ ।କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଅଂଚଳବାସୀ ଓ ଦୂର ଦୁରାନ୍ତ ପର୍ଯ୍ୟଟକ। ନଦୀକୁଳିଆ ଅଂଚଳବାସୀମାନେ ସେମାନଙ୍କ ନିତ୍ୟକାର୍ଯ୍ୟ ପାଇଁ ନଦୀ ଉପରେ ସମ୍ପୂର୍ଣ ନିର୍ଭରଶୀଳ । ଯଥାଶୀଘ୍ର ବନବିଭାଗ ପକ୍ଷରୁ କୁମ୍ଭୀରଟିକୁ ଧରିବା ପାଇଁ ଲୋକମାନେ ଦାବି କରିଛନ୍ତି ।
