ସଜାଗ ହୁଅନ୍ତୁ ମୋର ପ୍ରିୟ ଭଉଣୀ ଭାଇ –

ସଜାଗ ହୁଅନ୍ତୁ ମୋର ପ୍ରିୟ ଭଉଣୀ ଭାଇ –

ସଜାଗ ହୁଅନ୍ତୁ ମୋର ପ୍ରିୟ ଭଉଣୀ ଭାଇ
ତଟକା ଖାଦ୍ୟ ଖାଆନ୍ତୁ ନିଜେ ବଞ୍ଚିବା ପାଇଁ।
ଫୁଟା ପାଣି ନିଅନ୍ତୁ ନିଜେ ରହିବା ପାଇଁ
ପାଣି ବିଶୋଧନ କରନ୍ତୁ ବ୍ଲିଚିଙ୍ଗ ପାଉଡର ଦେଇ।
ଦହିବରା ଗୁପ୍ ଚୁପ୍ ଏବେ ଭୁଲି ଯାଆନ୍ତୁ
କଲରା ଦାଉରୁ ନିଜକୁ ନିଜେ ବଞ୍ଚାଉଥାନ୍ତୁ।
ମାଛି ବସୁଥିବା ସ୍ଥାନରେ କିଛି ରଖନ୍ତୁ ନାହିଁ
ଘର‌ଦ୍ବାର ସଫା ରଖନ୍ତୁ
ମୋର ଭଉଣୀ ଭାଇ।
ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ କରେ ମୁଁ ନିବେଦନ
ବୁଲା ବେପାରୀ ଙ୍କ ଖାଦ୍ୟ କୁ
କର ଯେ ନିରୀକ୍ଷଣ।
ମାନୁନାହାନ୍ତି ଗ୍ରାହକ ହୋଇଛନ୍ତି ବ୍ୟାକୁଳ
ମାଛି ବସିଥିବା ଖାଦ୍ୟରେ
ସେମାନେ ଆକୁଳ
ଜିଲ୍ଲା ପ୍ରଶାସକମାନଙ୍କୁକରେ ମୁଁ ନିବେଦନ
ଲୋକଙ୍କ ଜୀବନ ରଖିବେ ଦେଇ ଉଚିତ ଧ୍ୟାନ।
ଗଡିଗଲାଣି ମୁଣ୍ଡ ଯେ ହଇଜା ସ୍ରୋତ ରେ
ଦୃଷ୍ଟି ଦିଅନ୍ତୁ ସମସ୍ତେ ହୋଇ ଏକ ସ୍ବରରେ।
ଆଶୁକବି- ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ, ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *