ବେଳାଭୂମି ସାହିତ୍ୟ ସଂସଦ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅସ୍ତରଙ୍ଗ,୧୩.୦୭- ଅସ୍ତରଙ୍ଗ ବେଳାଭୂମି ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ରବିବାର ପୂର୍ବାହ୍ନରେ ପିର ଜାହାନିଆ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାରଙ୍କର ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ବେଳାଭୂମି ସାହିତ୍ୟ ସଂସଦ ର ମିଳିତ ଆନୁକୂଲ୍ୟରେ ସଂସଦର ସଭାପତି ଚିତ୍ତ ରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ୱାଧୀନ କୁମାର ନାୟକ, ଚଳଚିତ୍ର ନିର୍ଦେଶକ ତଥା ସଙ୍ଗୀତଜ୍ଞ ଶ୍ରୀକାନ୍ତ ଗୌତମ, ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଅମୀୟ କୁମାର ପଟନାୟକ, ସମାଜସେବୀ ଶିକ୍ଷାବିତ୍ ଶସଧର ପଣ୍ଡା, ପ୍ରସିଦ୍ଧ ବ୍ୟଙ୍ଗକବି ସମ୍ପଦ କୁମାର ରଥ, ସଂପାଦକ ଦୁଃସାଶନ ନାୟକ, ସରପଞ୍ଚ କ୍ଷୀରୋଦ କାଣ୍ଡି, ଅବସର ପ୍ରାପ୍ତ ପ୍ରଶାସକ ଅଶୋକ କୁମାର ଶତପଥୀ, ସାମ୍ବାଦିକ ରାଜ କିଶୋର ସ୍ୱାଇଁ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିବା ପରେ ସାହିତ୍ୟ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା l

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରମୁଖ ପ୍ରଚାର ସହ ପ୍ରସାର ଦିଗରେ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହ ଆଜିର ଦିନରେ ବେଳାଭୂମି ସାହିତ୍ୟ ସଂସଦର ଓଡ଼ିଆ ସାହିତ୍ୟ ଜଗତରେ ଏହି ଭଳି କାର୍ଯ୍ୟକ୍ରମକୁ ଭୂୟସି ପ୍ରଶଂସା କରିଥିଲେ l ବେଳାଭୂମି ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀ ଦୁଃସାଶନ ନାୟକ ପ୍ରାରମ୍ଭରେ ବିବରଣୀ ପାଠ କରିବା ସହ ଆଗାମୀ ଦିନରେ ସଂସଦ ଗ୍ରହଣ କରିବାକୁ ଯାଉଥିବା ବିଭିର୍ଣ୍ଣ କାର୍ଯ୍ୟକ୍ରମ ଉପରେ ସମକ୍ୟ ସୂଚାନା ପ୍ରଦାନ କରିଥିଲେ l ସଂସଦର ସଂଯୋଜକ ଶ୍ରୀ ଶୋଭାକାର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ବରଗଡ଼ ରୁ ଆସିଥିବ କଂସ ମହାରାଜଙ୍କ ଅଭିନୟ ବେଶ ଆକର୍ଷଣ ଥିଲା l ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଷାଠିଏ ଜଣ କବି ଓ କବି କବୟିତ୍ରୀଙ୍କୁ ମାନପତ୍ର, ଉତ୍ତରୀୟ ଓ ଫୁଲ ତୋଡା ଦିଆ ଜାଇ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମରେ ରମେଶ ସାହୁ,ଅଶୋକ ପରିଡା, ସଂଜୀବ ନାୟକ, ବାବୁ ବିଶ୍ୱାଳ, ବିଦେଶୀ ବିଶ୍ୱାଳ, କଳ୍ପନା ବିଶ୍ବାଳ ଓ ପ୍ରିୟଙ୍କା ରଥ ପ୍ରମୁଖ ସାହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *