ବେଳାଭୂମି ସୁରକ୍ଷା ମକ ଡ୍ରିଲ୍

ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ଖୋଲିବା ପରେ ପୁରୀ ସମୁଦ୍ରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ହୋଇପାରେ।ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବେଳାଭୂମି ସୁରକ୍ଷା ମକ ଡ୍ରିଲ କରାଯାଇଛି।ଏସପି କେ.ଵିଶାଲ ସିଂହଙ୍କ ଉପସ୍ଥିତିରେ ବେଳାଭୂମିରେ ପ୍ରଥମ ଥର ପାଇଁ ହଟସ୍ପଟ ପୋଲିସିଂ ବ୍ୟବସ୍ଥା ଆରମ୍ଭ ହୋଇଛି।ସକାଳ ୬ରୁ୯ ଓ ଅପରାହ୍ନ ୪ଟାରୁ ରାତ୍ର ୯ଟା ଯାଏଁ ୬ ଜଣ ପୋଲିସ କର୍ମଚାରୀ ବିଚରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ନିୟୋଜିତ ରହିବେ।ସେହିଭଳି ଦୁଇଟି ବିଚ ବାଇକ ପିସିଆର ପଇଁତରା ମାରିବ।ବିଚରେ ମୁତୟନ ହୋଇଥିବା ଲାଇଫଗାର୍ଡମାନେ ସୁରକ୍ଷା ଏସଓପିକୁ ପାଳନ କରିବେ।ଜୀବନ ରକ୍ଷାର କୌଶଳ ପ୍ରଦର୍ଶନ କରିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଲାଇଫଗାର୍ଡ।ଲାଇଫଗାର୍ଡଙ୍କୁ ହଟସ୍ପଟ ପୋଲିସିଂରେ ନିଯୁକ୍ତ ପୋଲିସ ସହାୟତା କରିବେ।ବେଳାଭୂମିକୁ ବିଭିନ୍ନ ସେକ୍ଟର ଓ ଜୋନ୍ ରେ ବିଭକ୍ତ କରାଯାଇ ପୋଲିସ ଓ ଲାଇଫଗାର୍ଡ ନିୟୋଜିତ ହୋଇଛି।ସମସ୍ତେ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ, ଉଦ୍ଧାର, ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବେ।

Leave a Reply

Your email address will not be published. Required fields are marked *