ସୁନ୍ଦର –
(ପ୍ରକୃତି ବନ୍ଧୁ ହରିହର ସାହୁ)
ବେଦିକୁ ସୁନ୍ଦର ବର କନିଆଁ ଯେ
ଘରକୁ ସୁନ୍ଦର ନାରୀ
ଦିଅଁ କୁ ସୁନ୍ଦର ଫୁଲ ଚନ୍ଦନ ଯେ
ପୁଷ୍ପ ଧୂପ ଦୀପ ଧରି।
ରାତି କୁ ସୁନ୍ଦର ତାରକା ନକ୍ଷତ୍ର
ଦିନକୁ ସୁନ୍ଦର ରବି
ଅନ୍ଧାର ମଧ୍ୟରେ ଆଲୋକ ଦିଅଇ
ପୁର୍ଣିମା ର ଚାନ୍ଦ ଛବି।
ବାଡିକୁ ସୁନ୍ଦର ପନିପରିବା ଯେ
ଘରକୁ ସୁନ୍ଦର ଫୁଲ
ବଗିଚା ମଧ୍ୟରେ ଏହି ସବୁ ଥିଲେ
କେହି ଦେବେ ନାହିଁ ମୂଲ୍ୟ।
ସ୍କୁଲ କୁ ସୁନ୍ଦର ଛାତ୍ର ଛାତ୍ରୀଗଣ
ଶିକ୍ଷକ ମଧ୍ୟେ ର‌ହି
ଶ୍ରେଣୀ ପ୍ରକୋଷ୍ଠ ରେ କଳାପଟା ଥିଲେ
ଲେଖା ଲେଖି ଯାଏ ରହି।
ପୁରୁଷ ପିନ୍ଧିଣ ଧୋତି ଚାଦର ଯେ
ନାଉରି ପିନ୍ଧିଣ ଯେ ଶାଢ଼ୀ
ନାରିର ମୁଣ୍ଡ ରେ ସରୁ ଓଢ଼ଣା ଯେ
ସତେଅବା ସ୍ନେହ ଝାଡି।
ପଇତା ପିନ୍ଧିଲେ ବ୍ରାହ୍ମଣ ସୁନ୍ଦର
ମୁଖରେ ପଢନ୍ତି ବେଦ
ବେଦ ଉଚାରଣେ ହୁଅଇ ପବିତ୍ର
ସତେ ଅବା ଆଶୀର୍ବାଦ।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *