ଚୂନ ଲଗାଇଲା ବିୟର ବାର ମାଲିକ

ଚୂନ ଲଗାଇଲା ବିୟର ବାର ମାଲିକ। ହଁ ଆଜ୍ଞା ଏ କଥା ଆମେ କହୁନାହୁଁ। ଏ କଥା ଶତାଧିକ ମହିଳା କହୁଛନ୍ତି ସେ ପୁଣି ପୋଲିସ ପ୍ରଶାସନ ଉପସ୍ଥିତିରେ। ଏ ଦୃଶ୍ୟ ହିଁ ବୟାନ କରୁଛି। ଦଲାଲ, ଟାଉଟର, ଚୋର ମଦ ବ୍ୟବସାୟୀ ଗିରଫ ଆମର ଦାବୀ ନାରା ଦେଇ ଦଳିତ ମଞ୍ଚ ପକ୍ଷରୁ ଆଜି ନିମାପଡ଼ାରେ ବିକ୍ଷୋଭ ଆନ୍ଦୋଳନ କରାଯାଇଥିଲା। ଶତାଧିକ ମହିଳା ଏହି ବିକ୍ଷୋଭରେ ସାମିଲ ହୋଇ ଠକ ମଦ ବ୍ୟବସାୟୀକୁ ଗିରଫ କରିବା ଦାବୀ ନେଇ ନିମାପଡ଼ା ଜୟଶ୍ରୀ ଛକ ଠାରୁ ବିୟର ବାର ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରି ରାଲି କରି ପହଂଚିବା ପରେ ବାର ଗେଟରେ ତାଲା ମାରି ଦେଇଥିଲେ ଶତାଧିକ ମହିଳା। ସୂଚନା ଅନୁଯାଇ ନିମାପଡ଼ା ଗଡ଼ଅଣ୍ଡିଆ ଗ୍ରାମର ମଥେଲୀ ଶରଣ ମହାନ୍ତି ଓରଫ ପିନୁ ମହାନ୍ତିଙ୍କର ଏକ ବିୟର ବାର ତଳଅଣ୍ଡିଆ ଛକ ନିକଟରେ ଠିପି ଖୋଲା ମଦ ଦୋକାନ ଅଛି । ସେହି ବିୟର ବାରକୁ ପିପିଲି ଲକ୍ଷ୍ମୀନାରାୟଣପୁର ଗ୍ରାମର ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ 13 ଲକ୍ଷ ଟଙ୍କାରେ ପାଞ୍ଚ ବର୍ଷ ପାଈଁ ଲିଜ ଦେଇଥିଲେ। ତେବେ ମାସେ ନ ପୂରୁଣୁ ସୌମ୍ୟ ରଞ୍ଜନ ଜାଣିବାକୁ ପାଇଥିଲେ ତାଙ୍କୁ ଦେବା ପରେ ପିନୁ ମହାନ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସେହି ବିୟର ବାରକୁ ଲିଜ ଦେଇଛନ୍ତି। ସୌମ୍ୟରଞ୍ଜନ ଏ ନେଇ ପିନୁ ମହାନ୍ତିଙ୍କୁ ପଚାରି ବାରେ ଗୁଣ୍ଡା ଲଗାଯାଇ ତାଙ୍କୁ ଏବଂ ତାଙ୍କ ପରିବାର ଲୋକକୁ ଆକ୍ରମଣ କରାଯାଇଥିବା ସୌମ୍ୟରଞ୍ଜନ ଅଭିଯୋଗ କରି ନିମାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ମଦ ବ୍ୟବସାୟୀଙ୍କ ଏଭଳି କାରନାମାକୁ ନେଇ ଦଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପିନୁ ମହାନ୍ତିକୁ ଗିରଫ କରିବାକୁ ଦାବୀ କରିଥିବା ଦଳିତ ମଞ୍ଚର ଆବାହକ କହିଛନ୍ତି।

Leave a Reply

Your email address will not be published. Required fields are marked *