ପୁରୀ ସତ୍ୟବାଦୀ ବୀରଗୋବିନ୍ଦପୁର ଦକ୍ଷିଣକାଳୀ ପୀଠରେ ବଡ଼ ଅଘଟଣ
ପୁରୀ ସତ୍ୟବାଦୀ ବୀରଗୋବିନ୍ଦପୁର ଦକ୍ଷିଣକାଳୀ ପୀଠରେ ବଡ଼ ଅଘଟଣ । ବିଦ୍ୟୁତ୍ ଆଘାତରେ ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗତକାଲି ରାତି ୧ ଟା ରେ ମା ଙ୍କ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଦୁଇଜଣ ଶ୍ରଦ୍ଧାଳୁ ବିଦ୍ୟୁତ୍ ତାର ସଂସପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ । ଆଜି ସେମାନଙ୍କ ମୁର୍ତ୍ତୃ ହୋଇଛି | ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଆଉ ଜଣେ ମହିଳା ଶ୍ରଦ୍ଧାଳୁ ରହିଛନ୍ତି । ଗତକାଲି ଗୁରୁତର ହୋଇଥିବା ମହିଳା ଓ ପୁରୁଷ ଙ୍କୁ ପ୍ରଥମେ ସତ୍ୟବାଦୀ ହସ୍ପିଟାଲ ପରେ ପୁରୀ ମୁଖ୍ୟ ଚିକିତ୍ସାଳୟ ପରେ କଟକ ହସ୍ପିଟାଲ କୁ ସ୍ଥାନାନ୍ତାର କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ପୁରୀ ଜିଲ୍ଲା ଓ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଦକ୍ଷିଣକାଳୀଙ୍କ ମନ୍ଦିର ନିକଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏଭଳି ଅଘଟଣ ଘଟିବାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଏନେଇ ସତ୍ୟବାଦୀ ଥାନା ପୋଲିସ ୨୬/୨୫ ନମ୍ବରରେ ଏକ ଅପମୁର୍ତ୍ତୃ ମାମଲା ରୁଜୁ କରି ଛାନଭିନ ଚଳାଇଛି |
