🌹🌹🌹 ମହୁମାଛି🐝🐝🐝
                 ରଞ୍ଜୁଲତା ପାଢୀ
                ===========
        ମହୁମାଛି ତୁ ମହୁମାଛି
        ପବିତ୍ର ଜୀବନ ତୋ ଅଛି।

        ଫୁଲରୁ ଫୁଲ ଉଡିବୁଲୁ
        ମହୁ ସଂଗ୍ରହେ ମନ ଦେଲୁ।

        କରିଥିଲେ ବି ତୁ ଅଂଇଠା
        ଗ୍ରହଣ କରନ୍ତି  ଦେବତା।

        ସୁନ୍ଦର ଶିଳ୍ପୀ  ଜଗତରେ
        ମନୁଷ୍ୟ ତା’କରି ନ ପାରେ।

        ମହୁ ଫେଣା ତୋ ରମଣୀୟ
        ମାନବ ଅନୁ କରଣୀୟ।

        ସଂସାରୀ ଜନଙ୍କ ନିମନ୍ତେ
        ମହୁ ରଖିଥାଉ  ଗୁପତେ।

        ତୋ ପରି ପରିଶ୍ରମୀ କେହି
        ଜଗତ ଭିତରେ ତ ନାହିଁ।

        ସବୁ ସଂଗ୍ରହ ତା’ର ପାଇଁ,
        ଜାଣି ବି ଅଜଣା ସେ ହୋଇ।

        ତୋହର ପରିଶ୍ରମ ଫଳ
        ଭୁଞ୍ଜନ୍ତି ବିଶ୍ୱରେ ସକଳ।

         ତୁ ଯଦି ନ ଥାନ୍ତୁ ସଂସାରେ
         ଦୁର୍ଲଭ “ମଧୁ” ହୁଅନ୍ତାରେ।

         କୃପଣ ବୋଲି କହିଥାନ୍ତି
         ତୋତେରେ ସର୍ବେ,ମଧୁ ମକ୍ଷୀ।

         କିନ୍ତୁ ନୁହଁଇ ତା’ ଉଚିତ,
         ସଂଚୟ ମର୍ତ୍ତ୍ୟେ ତୋ ପ୍ରକୃତ।

         ଧନ୍ୟ ତୁ ମହୁମାଛି ଧନ୍ୟ
         ନାହିଁରେ କେହି ତୋ ସମାନ।

         ସୃଷ୍ଟିର କ୍ଷୁଦ୍ର କୀଟ ହୋଇ
         ତ୍ୟାଗ ପଣ ଶିଖାଇଥାଇ।।

              ରାଉରକେଲା।ସୁନ୍ଦରଗଡ।।

Leave a Reply

Your email address will not be published. Required fields are marked *