କାଉ କା କରିବା ପୂର୍ବରୁ ଦୋଳବେଦୀ ରେ ବିରାଜମାନ ଦୋଳଗୋବିନ୍ଦ ଭୂ ଦେବୀ ଶ୍ରୀଦେବୀ
କାଉ କା କରିବା ପୂର୍ବରୁ ଦୋଳ ବେଦୀରେ ବିରାଜ ମାନ କରିଛନ୍ତି ଦୋଳ ଗୋବିନ୍ଦ, ଭୁ ଦେବୀ ଓ ଶ୍ରୀଦେବୀ। ଆଉ ଭକ୍ତ ଭଗବାନଙ୍କ ସହ ଖେଳିଲେ ଝିମିରି ଫଗୁ। ସେପଟେ ସକାଳ ୫ଟା ୪୫ରେ ନାଭିକଟା ମଣ୍ଡପରେ ପୂଜାର୍ଚନା ପରେ ବିମାନଙ୍କୁ ବିଜେ କରିଥିଲେ ଚଳନ୍ତି ପ୍ରତିମା।ତେବେ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ହୋଇଥିବାବେଳେ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀୟୁଙ୍କର ଅନୁଷ୍ଠିତ ହେବ ସୁନାବେଶ। ଗ୍ରହଣ ପଡୁଥିବାରୁ ଦିନ ପରିବର୍ତ୍ତେ ରାତିରେ ମହଣମହଣ ସୁନା ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହୋଇ ରାତି ତମାମ୍ ଭକ୍ତଙ୍କୁ ଦର୍ଶନ ଦେବେ। ସେପଟେ ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଅବିର ଓ ଫଗୁ ଖେଳିଛନ୍ତି । ତେବେ ଆଜି ପବିତ୍ର ଦୋଳପୂର୍ଣ୍ନିମା ଅବସରରେ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅନେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଅନ୍ୟପଟେ ଆଜି ଦୋଳପୂର୍ଣ୍ନିମାରେ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ସଂଧ୍ୟା ୬ଟା ୪୭ ମିନିଟ୍ ୧୩ ସେକେଣ୍ଡରେ ସର୍ବମୋକ୍ଷ ହେବ। ତେବେ ଗ୍ରହଣ ସ୍ପର୍ଶ ହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହେବ।

ତେବେ ନୀତିନିର୍ଘଣ୍ଟ ମୁତାବକ ଗତକାଲି ଖୁବଶୀଘ୍ର ପହୁଡ ହୋଇଥିବା ବେଳେ ରାତି ୧୨.୩୯ରେ ଦ୍ଵାରଫିଟା,୧ଟା ୪୫ରେ ମଙ୍ଗଳଆରତି, ଭୋର ୨ଟା ୩୦ ରେ ଅବକାଶ, ୪ ଟାରେ ଖଇକୋରା ଭୋଗ,,,୪ଟା.୧୫ରେ ନାଭିକଟା ମଣ୍ଡପକୁ ବିଜେ,ସକାଳ ୫ଟା ୩୫ରେ ଟାରେ ଦିଅଁ ବିମାନକୁ ବିଜେ ନୀତି ପରେ ତଡପ ଲାଗି ହୋଇ ନୀତି ସ୍ଥଗିତ ରହିଛି।ତେବେ ଶ୍ରୀମନ୍ଦିରରେଗ୍ରହଣ ସ୍ପର୍ଶ ହେଲେ ଦେବନୀତି ଆରମ୍ଭ ହେବାକୁ ଥିବାବେଳେ ଆଜି ସକାଳ 6.08 ମିନିଟରୁ ଦେବନୀତି ନିଷେଧ ରହିଛି। ଆଉ ଏବେ ଦୋଳ ବେଦୀରେ ଠାକୁରଙ୍କୁ ଭକ୍ତ ଦର୍ଶନ କରୁଥିବା ବେଳେ ମନ୍ଦିରରେ ବି ଦର୍ଶନ ଜାରି ରହିଛି।
