ଖଣ୍ଡତଡ଼ା ଗ୍ରା.ପ.ର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବେଲଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର

Date:- 15/06/2025Place:- bhadrak– ଭଦ୍ରକ ବ୍ଲକ ଅନ୍ତର୍ଗତ ଖଣ୍ଡତଡ଼ା ଗ୍ରା.ପ. ଅଧୁନସ୍ଥ ବେଲଦା ଅଙ୍ଗନୱାଡ଼ି କେନ୍ଦ୍ରକୁ ନେଇ ପ୍ରାୟ ୮ ମାସରୁ ଉର୍ଦ ସମୟ ଧରି ସବୁଠି ଚର୍ଚ୍ଚା ଚାଲିଛି । ଉକ୍ତ କେନ୍ଦ୍ରରେ ପୂର୍ବରୁ କାର୍ଯ୍ୟରତ ଅଙ୍ଗନୱାଡ଼ି ୱାର୍କର କାମିନୀ ମାଝୀଙ୍କ ଦେହାନ୍ତ ପରେ ଉକ୍ତ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସମସ୍ତ ଆବେଦନକୁ ଯାଞ୍ଚ କରାଯାଇ ବେନିୟମ ଭାବେ ପ୍ରଥମ ସ୍ଥାନ ଅଧୁକାର କରିଥିଲା ସଞ୍ଜିତା ସାହାଜୀଙ୍କୁ ନିଯୁକ୍ତି ଦିଆନଯାଇ ଦ୍ବିତୀୟ ସ୍ଥାନରେ ଥିବା ରଶ୍ମିତା ରଣାଙ୍କୁ ନିଯୁକ୍ତି ଦିଆଯାଇଥିଲା । ରଶ୍ମିତା ରଣାଙ୍କ ମାର୍କ ୭୨ କରାଯାଇ ସଞ୍ଜିତାଙ୍କ ମାର୍କକୁ ୭୦ ରେ ରଖାଯାଇଥିଲା । ସଞ୍ଜିତା ଜଣେ ସ୍ବାମୀ ପରିତ୍ୟକ୍ତା ଓ ଦିବ୍ୟାଙ୍ଗ ବ୍ୟକ୍ତି ଅଟନ୍ତି । ତାଙ୍କୁ ସ୍ବାମୀ ପରିତ୍ୟକ୍ତା ପାଇଁ ୫ ମାର୍କ ଦିଆଯାଇ ଶାରୀରିକ ଅକ୍ଷମ ପାଇଁ ୪୦% ଥୁବାରୁ ତାଙ୍କୁ ୫ ମାର୍କ ଦିଆଗଲା ନାହିଁ । ପରବରୀ ପର୍ଯ୍ୟାୟରେ ଶ୍ରୀମତୀ ସଞ୍ଜିତା ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିଲେ । ମାନ୍ୟବର ହାଇକୋର୍ଟ ଉକ୍ତ ନିଯୁକ୍ତିକୁ ସୁଗିତ ରଖ୍ ୫ ମାର୍କ ଦେବାପାଇଁ ନିର୍ଦ୍ଦେଶ ଦେଲେ । ଜିଲ୍ଲା ଅଙ୍ଗନୱାଡ଼ି କମିଟି ଉକ୍ତ ଘଟଣାବଳୀକୁ ତଦନ୍ତ କରି 234990/2010-232প ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ଚିଠି ମୂଳେ ରଶ୍ମିତା ରଣାଙ୍କୁ ବହିଷ୍କାର କରି ସଞ୍ଜିତାଙ୍କୁ ଭଲ ସ୍ଥାନରେ ନିଯୁକ୍ତି ପ୍ରଦାନ କଲେ । ତତପରେ ରଶ୍ମିତା କିଛି ମହିଳାଙ୍କୁ ଭୂଆଁ ବୁଲାଇ କେନ୍ଦ୍ରଟିକୁ ଚାବି ପକାଇଦେଲେ । ପରବତ୍ତୀ ପର୍ଯ୍ୟାୟରେ ଜିଲ୍ଲା ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କର ଚେୟାରମ୍ୟାନ୍ ତଥା ସି.ଡ଼ି.ପି.ଓ ମ୍ୟାଡ଼ାମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଙ୍ଗନୱାଡ଼ି ଦିଦି । ଉକ୍ତ ଆବେଦନର ସତ୍ୟାସତ୍ୟ ତଦନ୍ତ କରି ଉପ ଜିଲ୍ଲାପାଳ ମହୋଦୟ ତହସିଲଦାର, ସିଡ଼ିପିଓ ତଥା ତହସିଲଦାର, ସିଡ଼ିପିଓ ତଥା ଆଇ.ଆଇ.ସିଙ୍କୁ ତାଲା ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଲା ଖୋଲାଗଲା, ହେଲେ ପୁନଶ୍ଚ ରାଜନୈତିକ ଚାପର ବଶବତ୍ତୀୟ ହୋଇ କିଛି ପୁରୁଷ ଓ ମହିଳା ମିଶି ତାଲା ପକାଇ ଦେଇଛନ୍ତି । ବିଜେଡ଼ି ଦଳର ପୂର୍ବତନ ସରପଞ୍ଚ କିଛି ମହିଳା ଓ ଯୁବକଙ୍କୁ ଭିଡ଼ାଇ ମିଡ଼ିଆବନ୍ଧୁଙ୍କୁ ଡ଼ାକି ରାଜନୈତିକ ଫାଇଦା ପାଇଁ ମିଥ୍ୟା ତ‌ଥ୍ୟ ପ୍ରଦାନ କରୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ସହ ଯୋଗସୂତ୍ର ରକ୍ଷାକରି ପ୍ରକୃତ ସତ୍ୟତା କ’ଣ ଅଛି କିଛି ବୁଝିନାହାଁନ୍ତି । ଅଙ୍ଗନବାଡ଼ି ଦିଦି ସଞ୍ଜିତା ବହୁ ମାନସିକ ଦୁଃଶ୍ଚିନ୍ତାରେ ରହି ପୋଲିସର ସହାୟତା ଲୋଡ଼ୁଛନ୍ତି । ଏହାଦ୍ୱାରା ସରକାରଙ୍କ ଠାରୁ ଆସୁଥିବା ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ପିଲା, କିଶୋରୀ ଓ ପ୍ରସୂତୀମାନେ ପାଇବାରୁ ବଞ୍ଚିତ ହେଉଛନ୍ତି । ଏତାଦୃଶ କାର୍ଯ୍ୟକୁ ପଞ୍ଚାୟତର ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକେ ନିନ୍ଦା କରୁଛନ୍ତି । ଖୁବ୍‌ଶୀଘ୍ର ତାଲା ଖୋଲାଯିବାକୁ ବିଭାଗୀୟ ଅଧିକାରୀ ଓ ପୋଲିସର ସହାୟତା ଆବଶ୍ୟକ ବୋଲି ଗଣମାଧ୍ଯମକୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *