ବ୍ରହ୍ମପୁର ସମାଜସେବୀ ଦମ୍ପତି ଡ଼କ୍ଟରେଟ ଉପାଧି ରେ ସଂମ୍ମାନିତ

ନ୍ୟାସନାଲ ରାଇଟ୍ସ ମୁଭମେଣ୍ଟ ହ୍ୟୁମାନ ରାଇଟ୍ସ କମିଶନ ତରଫରୁ ଚେନ୍ନାଇଠାରେ ବ୍ରହ୍ମପୁର ସମାଜସେବୀ ଦମ୍ପତି ଡ଼କ୍ଟରେଟ ଉପାଧି ରେ ସଂମ୍ମାନିତ

(ବ୍ରହ୍ମପୁର,01.09)
ବ୍ରହ୍ମପୁର ର ବାସିନ୍ଦା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପତାଣ୍ଡ ର ବରିଷ୍ଠ ବିଜ୍ଞାନ ଶିକ୍ଷୟତ୍ରୀ ତଥା ସମାଜ ସେବିକା ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର ଓ ତାଙ୍କ ସ୍ୱାମୀ ଡେପୁଟି ମ୍ୟାନେଜେର ଗ୍ରୀନଲମ ଇଣ୍ଡଷ୍ଟ୍ରି ଲିମିଟେଡ ଓ ସମାଜସେବୀ ଶ୍ରୀ ଅଲେଖ ଦାସ ଙ୍କୁ ବିଶିଷ୍ଟ ସମାଜ ସେବା କାର୍ଯ୍ୟ ନିମନ୍ତେ ନ୍ୟାସନାଲ ରାଇଟ୍ସ ମୁଭମେ ଣ୍ଟ ହ୍ୟୁମାନ ରାଇଟ୍ସ କମିସନ ଗତ 30 ତାରିଖ ଶନିବାର ଦିନ ଚେନ୍ନାଇ ମେହେରବା ହଲ ଠାରେ ଡ଼କ୍ଟରେଟ ଇନ ଫିଲସଫି ସହ ସୋସିଆଲ ୱାରୀଓର ଆୱାର୍ଡ ରେ ମାନପତ୍ର, ମେଡାଲ, ଓ ଗାଉନ ଦେଇ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା |

ଏହି ଅବସରରେ ଅନୁଷ୍ଠାନର ଜାତୀୟ ଅଧକ୍ଷ ଶ୍ରୀ ଏମ. ପି ରାଜେଶ ଖାନା, ପୂର୍ବତନ ସୁପ୍ରିମକୋର୍ଟର ବିଚାରପତି ସି. ଏସ କର୍ଣ୍ଣାଣ ଅବସରପ୍ରାପ୍ତ ଜିଲ୍ଲାଜଜ ଏମ ଇଲେଙ୍ଗାଭନା ଓ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ କମିସନର ଅଫ ପୋଲିସ ଶ୍ରୀ ଏମ. ଭି ରାଜେନ୍ଦ୍ର ରାଜା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ଏହି ଅବସରରେ ସାରା ଭାରତ ରୁ ବିଭିନ୍ନ ସଂଗଠନ ଓ ସମାଜସେବୀଙ୍କୁ ସମ୍ବଦ୍ଧିତ କରାଯାଇଥିଲା ଶ୍ରୀମତୀ ମହାପାତ୍ର ଓ ଶ୍ରୀ ଦାସ ବ୍ରହ୍ମପୁର ସହରରେ ବିଭିନ୍ନ ସାମାଜିକ କାର୍ଯ୍ୟ କରିଆସୁଥିବା ସହ ମହାନ ସଂଘ, ସ୍ପନ୍ଦନ ଓ ସୁରଭି ପରି ସାମାଜିକ ଅନୁଷ୍ଠାନ ସଦସ୍ୟ ଭାବେ ରହି ଅଧିକ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି l ଉଭୟ ସମ୍ମାନ ଜନକ ପୁରସ୍କାର ଗ୍ରହଣ କରିଥିବାରୁ ସେମାନେ ତାଙ୍କ ପିତାମାତା ଓ ଗୁରୁଜନ ଙ୍କ ଆଶ୍ରୀବାଦ ରୁ ଏହା ସମ୍ଭବପର ହୋଇପାରିଲା ବୋଲି ମତବ୍ୟକ୍ତ କରିଛନ୍ତି l ଉଭୟ ଦମ୍ପତିଙ୍କୁ ଏହି ସମ୍ମାନ ପାଇଥିବାରୁ ମହାନ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, ସ୍ପନ୍ଦନ ର ସଭାପତି ଶ୍ରୀ ଦିଲୀପ କୁମାର ମହାପାତ୍ର ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣେଇଛନ୍ତି l

Leave a Reply

Your email address will not be published. Required fields are marked *