ବେଟି ବଚାଓ ବେଟି ପଢ଼ାଓ
ଅଦ୍ୟ ତା 28/07/2025 ରିଖ ଦିନ ବାଲିନୋଳିଆ ସାହି (ଖ) ଅଙ୍ଗନୱାଡି କେନ୍ଦ୍ର ରେ କିଶୋରୀ ବାଳିକା ମାନଙ୍କୁ ନେଇ “ବେଟି ବଚାଓ ବେଟି ପଢ଼ାଓ “ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ସମନିତ୍ୱ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ବିନୋଦିନୀ ତ୍ରିପାଠୀ, କେନ୍ଦ୍ର ପରିଦର୍ଶିକା କୁମାରୀ ପ୍ରଣତୀ ଚିନାରା, କେନ୍ଦ୍ର ର କର୍ମୀ ଓ ସହାୟିକା ଏବଂ କେନ୍ଦ୍ର ର ସମସ୍ତ କିଶୋରୀ ବାଳିକା ଉପସ୍ଥିତ ଥିଲେ. ଶ୍ରୀମତୀ ତ୍ରିପାଠୀ ମାଡାମ କିଶୋରୀ ବାଳିକା ମାନଙ୍କୁ କେତକ ସହାୟତା ର ନମ୍ବର ବିଷୟ ରେ ସେମାନଙ୍କୁ ଅବଗତ କରାଇଥିଲେ. ଯେପରିକି ଗୋଟିଏ ମହିଳା ହାରସମେଣ୍ଟ ହେଲେ ସେ 181ନମ୍ବର କୁ କଲ୍ କଲେ ସାହାଯ୍ୟ ପାଇବ, 1098 ନମ୍ବର କୁ କଲ୍ କଲେ ଗୋଟିଏ ଶିଶୁ ସାହାଯ୍ୟ ପାଇବ ଏବଂ 112 ନମ୍ବର କୁ କଲ୍ କଲେ ଜରୁରୀ କାଳୀନ ସେବା ପାଇବ ସେହି ବିଷୟରେ ଖୁବ ଭଲ ଭାବେ ଅବଗତ କରାଇଥିଲେ. ପରେ ବିଭିନ୍ନ ସ୍ଲୋଗାନ ଦେଇଅନେକ ସାହି ପରିଭ୍ରମଣ କରିଥିଲେ ଶେଷରେ କିଶୋରୀ ବାଳିକାମାନଙ୍କୁ ଧନ୍ୟବାଦ ଦେଇଥିଲେ କେନ୍ଦ୍ର ପରିଦର୍ଶିକା ଓ କେନ୍ଦ୍ର ର କର୍ମୀ.ଉଷା ରାଣୀ ମହାନ୍ତି
