ପୁରୀ ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ ପାଳନ ଉତ୍ସବ ଅନୁଷ୍ଠିତ
ପୁରୀ ୨୨/୧ କନ୍ୟା ଟିଏ ଘରର ଲକ୍ଷ୍ମୀ।କନ୍ୟା ଘରର ଶୋଭା ବଢାଏ।ବିଶ୍ୱାସ କରାଯାଏ ସେହି ଘର ମାନଙ୍କ ରେ କନ୍ୟା ସନ୍ତାନ ପ୍ରାପ୍ତ ହୁଅନ୍ତି ଯିଏ କନ୍ୟା ମାନଙ୍କୁ ଆଦର ଯତ୍ନ କରିବାରେ କାର୍ପଣ୍ୟ କରନ୍ତି ନାହିଁ ବୋଲି କହିଛନ୍ତି ବକ୍ତା ମାନେ।ଆଜି ପୂର୍ବାହ୍ନ ରେ ପୁରୀ ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ର ଦଶ ବର୍ଷ ପୂର୍ତ୍ତି ପାଳନ ଉତ୍ସବ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପୁରାଣ ଓ ଇତିହାସ ରେ ନାରୀ କୁ ସର୍ବୋଚ୍ଚ ସମ୍ମାନ ଦିଆଯାଇଛି।ସେ ବୀରାଙ୍ଗନା, ଜ୍ଞାନୀ, ଗୁଣୀ,ସ୍ନେହ, ସହନଶୀଳତା ଓ ମମତାର ପ୍ରତୀକ ବୋଲି କହିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଚସ୍ପତି ସୁରମା ପାଢ଼ୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦାହରଣ ଦେଇ ସେମାନେ କନ୍ୟା ହୋଇ ମଧ୍ୟ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି ବୋଲି କହିଥିଲେ।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ସମାଜସେବୀ ତଥା ଶିଶୁ ସୁରକ୍ଷା ବିଶେଷଜ୍ଞ ଘାସିରାମ ପଣ୍ଡା, ସମାଜସେବୀ ଜ୍ୟୋତି ମିଶ୍ର ପ୍ରମୁଖ ଯୋଗ ଦେଇ ସମ୍ପ୍ରତି ସମାଜ ରେ ଅବକ୍ଷୟ ଘଟିବା ସହ ନାରୀ ପ୍ରତି ସମ୍ମାନ ବୋଧର ହ୍ରାସ ହେଉଛି।ଏକଥା କିନ୍ତୁ ଭୁଲି ଯିବା ନାହିଁ ଯେ ଯେଉଁ ନାରୀ ସୃଷ୍ଟି କରିପାରେ ସେ ଚାହିଁଲେ ଧ୍ବଂସ ବି କରିପାରେ।ଆସନ୍ତୁ ଆମେ ଶପଥ ନେବା ନାରୀ ବା କନ୍ୟା ମାନଙ୍କୁ ଉପଯୁକ୍ତ ସମ୍ମାନ ଓ ଆଦର ଦେବା ଓ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବା ବୋଲି କହିଥିଲେ। ଏହି ଅବସରରେ କନ୍ୟା ସନ୍ତାନ ସୁରକ୍ଷା ପାଇଁ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା।ଏଥିରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅଧ୍ୟକ୍ଷତା କରିବା ସହ ସଭା ପରିଚାଳନା କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନେ ବେଟି ବଚାଓ ବେଟି ପଢାଓ ସଚେତନତା ରଥକୁ ଉଦଘାଟନ କରିଥିଲେ।ସକାଳ ୯ ଘଟିକାରେ କନ୍ୟା ସୁରକ୍ଷା ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ସୁଭାଷ ବୋଷ ଛକ ଠାରୁ ସଦଭାବନା ସଭାଗୃହ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମ ରେ ସିଡିପିଓ, ଅଙ୍ଗନବାଡ଼ି କର୍ମୀ,ଛାତ୍ରୀମାନେ ପ୍ରମୁଖ ଯୋଗ ଦେଇଥିଲେ।
