ଭାବ ବିନୋଦିଆ ଠାକୁର

ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି –
ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି
ଭକତ ଭାବରେ ବନ୍ଧା ଯେ ତୁମେ ଜୀବନ ପରି।
ପରଶ ପାଇଲେ ‌ଭକତ ମନ ହୁଏ ଆଶ୍ବସ୍ତ
ହୃଦୟ ରେ ଥାଏ ଭକତି ଭକ୍ତ ଅଟେ ବିଶ୍ବସ୍ତ।
ଦୁଃଖ ନିବାରଣ ପାଇଁ ଯେ
ଦୀନବନ୍ଧୁ ରୂପ ରେ
କରୁଣା ବାରିଧି ଢାଳୁ ଯେ କୃପାସିନ୍ଧୁ ନାମରେ।
ଅନନ୍ତର‌ କଥା ଜାଣିଛ ଅନ୍ତର୍ଯ୍ୟାମୀ ନାମରେ
ପହଞ୍ଚି ପାରୁଛ ପ୍ରଭୁ ହେ
ଭାବଗ୍ରାହୀ ରୂପରେ।
ଦୟାମନ୍ତ ତୁମେ ପ୍ରଭୁ ହେ
ବିଶ୍ବ ବାସୀ ଙ୍କ ପାଇଁ
ଦଇତାରୀ ନାମ ଧରିଛ
ଦୀନବନ୍ଧୁ ଗୋସାଇଁ।
ମୁଁ ଛାର ମାନବ ଅଟଇ ନାମ ମୋ ହରିହର
ଦୁଃଖ କୁ ଲାଘବ କରିବ ପାଇ
ବିଭୁ ପୟର।
ସକଳ ଘଟରେ ରହିଛ‌ ପ୍ରଭୁ ହେ ଅନ୍ତର୍ଯ୍ୟାମୀ
ଆଶାର ଆଲୋକ ଦିଅ ହେ ପ୍ରଭୁ ବୈକୁଣ୍ଠ ଧାମୀ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା୭୫୯୦୧୬

Leave a Reply

Your email address will not be published. Required fields are marked *