ଭଦ୍ରକରେ ବିଜେପି ପାଳିଲା ସମ୍ବିଧାନ ହତ୍ୟା ଦିବସ

୨୫ ଜୁନ ୧୯୭୫ ଆଜିର ଦିନଟି ଭାରତୀୟ ଗଣତନ୍ତ୍ର ଇତିହାସରେ ଏକ ଅନ୍ଧକାରମୟ,ଦୁଃଖଦ ଓ ଲଜ୍ଜାଜନକ ଅଧ୍ୟାୟ ଭାବେ ସ୍ମରଣୀୟ ହୋଇ ରହିବ। ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଦେଶରେ ଘୋଷଣା ହୋଇଥିଲା ଜରୁରୀକାଳ ଯାହା ଗଣତନ୍ତ୍ର,ସ୍ୱାଧୀନତା ଓ ମୌଳିକ ଅଧିକାରକୁ ଦମନ କରି ରାଜନୈତିକ ଭୟ ଓ ଅନ୍ୟାୟର ଏକ ଅଦ୍ୱିତୀୟ ଅନୁଭୂତି ସୃଷ୍ଟି କରିଥିଲା। ସେହି ଅନ୍ୟାୟ ପ୍ରତି ବିରୋଧ ବ୍ୟକ୍ତ କରି ଗଣତନ୍ତ୍ର ଓ ନାଗରିକ ସ୍ୱାଧୀନତା ପ୍ରତି ଗଭୀର ସମ୍ମାନ ଓ ପ୍ରତିଶ୍ରୁତି ବ୍ୟକ୍ତ କରି ଭଦ୍ରକ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଅବସରରେ ମାନ୍ୟବର ସାଂସଦ ଅଭିମନ୍ୟୁ ସେଠୀ,ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲା ସଭାପତି ଭଗବାନ ପଣ୍ଡା ଓ ଯୁବ ମୋର୍ଚ୍ଚା ସଭାପତି ଦେବାଂଶୁ ରାଉତଙ୍କ ସହ ବହୁ ସଂଖ୍ୟାରେ ବିଜେପି କର୍ମୀ ସାମିଲ ହୋଇଥିଲେ |

Leave a Reply

Your email address will not be published. Required fields are marked *