ଭଦ୍ରକ ନାଗରିକ ସୁରକ୍ଷା ପରିଷଦ
ଭଦ୍ରକ ନାଗରିକ ସୁରକ୍ଷା ପରିଷଦ, ବରପଦା ବିକାଶ ମଞ୍ଚ ଓ ବରପଦା ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନ ର କର୍ମଚାରୀ ମାନେ ଭାଗବତ କଲ୍ୟାଣ ମଣ୍ଡପ ରେ ପ୍ରେସ୍ ବାର୍ତା ରେ କହିଛନ୍ତି ଭଦ୍ରକ ଜିଲ୍ଲାର ଗର୍ବ ଓ ଗୌରବ ବରପଦା ଇଞ୍ଜିନିୟରିଂ କଲେଜ ରୁ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ପରିବାର ୨୦୦ କୋଟି ରୁ ଅଧିକ ଟଙ୍କାର ସମ୍ପତ୍ତି ହରିଲୁଟ କରିବା ସହ ବରପଦା ଇଞ୍ଜିନିୟରିଂ କଲେଜ ଟଙ୍କା ରେ ଭୂବନେଶ୍ବର ରେ କିଣାଯାଇଥିବା ଜମି ଓ ଗାଡି ବିକ୍ରି କରିବା ସହ ନିଜସ୍ବ ସମ୍ପତ୍ତି ଭାବେ ବ୍ୟବହାର କରୁଛନ୍ତି, ।ଭୂବନେଶ୍ବର ସ୍ଥିତ କଂଟାବାଡ ଠାରେ ଥିବା ବରପଦା ଇଞ୍ଜିନିୟରିଂ କଲେଜ ଜମିକୁ ଜାଲିଆତି କରି ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଙ୍କ ପୁଅ ପ୍ରୟାସକାନ୍ତି ସାମଲ ବିକ୍ରି କରି ହରିଲୁଟ ଘଟଣା ରେ ଏବେ E,D ରେଡ ଜାରି ରଖିଛି,। ପ୍ରଫୁଲ୍ଲ ସାମଲ ତାଙ୍କ ପୁଅ ଲୁଲୁ ସାମଲ, ପ୍ରୟାସକାନ୍ତି ସାମଲ, ପ୍ରଭୁ କଲ୍ୟାଣ ସାମଲ, ପୂର୍ବତନ ସମ୍ପାଦକ ମନୋଜ ଗୋସ୍ବାମୀ ,ପ୍ରିନ୍ସିପାଲ ମହୋନ ପଣ୍ଡା ,ପୂର୍ବତନ ଆକାଉଣ୍ଟାଣ୍ଟ ଭୀମ ସାମଲ, ସୁଦର୍ଶନ ବାରିକ, ଇତ୍ୟାଦି E,Dରେ ହାଜିର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି, । ବରପଦା ଇଞ୍ଜିନିୟରିଂ କଲେଜ ମହାଦୁର୍ନୀତି ର ପର୍ଦ୍ଦା ଫାଶ ହୋଇଥିବା ବେଳେ ବରପଦା ବିକାଶ ମଞ୍ଚ ଓ କର୍ମଚାରୀ ସଂଘ ପକ୍ଷରୁ ପ୍ରଫୁଲ୍ଲ ସାମଲ ପରିବାର କୁ ପରିଚାଳନା କମିଟି ରୁ ବହିଷ୍କାର ଓ ଗିରଫ ଦାବି ରେ ୧୨ ଘଣ୍ଟିଆ ବରପଦା ବନ୍ଦ ଓ ରାସ୍ତା ରୋକ ହୋଇଥିଲା,।ଗତ ୦୧ ମାର୍ଚ୍ଚ ୨୦୨୪ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା ସମୟ ରେ ସମସ୍ତ ଘଟଣା ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଥିଲା ଯେ ଦୀର୍ଘ ବର୍ଷ ଧରି କଲେଜ ରେ ଉଦ୍ଦେଶ୍ଯ ମୂଳକ ଭାବେ ପ୍ରଫୁଲ୍ଲ ସାମଲ ଓ ପରିବାର, ସମସ୍ତ ସମସ୍ୟା ସୃଷ୍ଟି କରିଛନ୍ତି, କିଛି ପ୍ରଶାସନିକ ଅଧିକାରୀ ସେ ପରିବାର କୁ ସାହାଯ୍ଯ କରି ଆସୁଛନ୍ତି
