ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଚଢାଉ

ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ଦେଶୀ ମଦ ସହ କାର ଜବତ, ଜଣେ ଗିରଫ । ଭଦ୍ରକ ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ମୁର୍ମୁଙ୍କୁ ନେଇ ଏକ ଟିମ ଭଦ୍ରକ ଗ୍ରାମାଞଳ ଥାନା ଆରଡ଼ି ଛକ ନିକଟରେ କୈାଣସି ଏକ ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରି ୭୦୦ ଲିଟର ଦେଶୀ ମଦ ସହିତ ଗୋଟିଏ ମାରୁତି ସୁଜୁକି କାର ଜବତ କରିଛନ୍ତି ।

ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ଷେଣ୍ଢ ଗଢ଼ିଆ ଅଞଳର ଅରୁଣ କୁମାର ଜେନା ନାମକ ଅଭିଯୁକ୍ତକୁ ଘୋଷଣା ସ୍ଥଳରୁ ଧରିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଦ୍ରକ ଅବକାରୀ ବିଭାଗ l ଜବତ ହୋଇଥିବା ମଦ ଓ ଗାଡିର ଆନୁମାନିକ ମୂଲ୍ୟ ସାତ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ମୁର୍ମୁ ସୂଚନା ଦେଇଛନ୍ତି । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୨୫୧/୨୫-୨୬ ରେ ଏକ କେସ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଭଦ୍ରକ ଅବକାରୀ ବିଭାଗ ।

Leave a Reply

Your email address will not be published. Required fields are marked *