ଭାରତର ବନ୍ଦେମାତରମ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଗାନ

ତା.୦୭.୧୧.୨୦୨୫* ଜିଲ୍ଲାପାଳ ଦିଲିପ ରାଉତରାଏ ଙ୍କ ଅଧ୍ୟକ୍ଷତାରେ ଶ୍ରୀ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ ଓ ଭାରତର ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ” ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟରେ ଉକ୍ତ ରାଷ୍ଟ୍ରୀୟ ଗୀତ ସକାଳ ୯.୫୦ ରେ ଗାନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ସମସ୍ତ ସହାୟକ ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ସମସ୍ତ କର୍ମଚାରୀ ଉପସ୍ଥିତଥିଲେ ।

ବିଶ୍ୱାସ କରାଯାଏ ଯେ, ୭ ନଭେମ୍ବର ୧୮୭୫ ରେ ଏହି ଗୀତଟି ଶ୍ରୀ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ ଆନନ୍ଦ ମଠ ଉପନ୍ୟାସରେ ସ୍ଥାନିତ ହୋଇ ପ୍ରକାଶିତ ହୋଇଥିବାର ଜିଲ୍ଲାପାଳ ବ୍ୟକ୍ତ କରିଥିଲେ ଓ ଏହାସହ କିଭଳି ସମସ୍ତଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରାଯାଇପାରିବ ସେ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଶେଷରେ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *