ଓଡିଶା ବ୍ରାହ୍ମଣ ମହାସଂଘର ଭଦ୍ରକ ଜିଲ୍ଲା ସମିଳନୀ

ଭଦ୍ରକ:୧୫/୮ – ଓଡିଶା ବ୍ରାହ୍ମଣ ମହା ସଂଘର ଭଦ୍ରକ ଜିଲ୍ଲା ସମିଳନୀ ବରପଦା ସରସ୍ବତୀ ବିହାରଠାରେ ବିଶିଷ୍ଟ ଶିକ୍ଷାବିତ ପଦ୍ମନାଭ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଜିଲ୍ଲା କମିଟି ଗଠିତ ହୋଇଥିଲା । ସର୍ବସମ୍ମତି କ୍ରମେ ଜିଲ୍ଲା କର୍ମକର୍ତ୍ତା ଭାବେ ନିମ୍ନ ଲିଖିତ ବ୍ୟକ୍ତି ମନୋନୀତ ହୋଇଥିଲେ । ସଭାପତି, ଶ୍ରୀ କାଶୀନାଥ ପଣ୍ଡା, କାର୍ଯ୍ୟକାରୀ ସଭାପତି ଶ୍ରୀ ତ୍ରିଲୋଚନ ପଣ୍ଡା, ସାଧାରଣ ସମ୍ପାଦକ ଶ୍ରୀ ବସନ୍ତ କୁମାର ଦୀକ୍ଷିତ, କୋଷାଧ୍ୟକ୍ଷ ଆଡଭୋକେଟ ରାଧାକାନ୍ତ ଦୀକ୍ଷିତ,ଉପ ସଭାପତିଗଣ ସାମ୍ବାଦିକ ତଥା ଅଧ୍ୟାପକ ପତଞ୍ଜଳି କର ଶର୍ମା, ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ଡ: ସତ୍ୟ ପ୍ରକାଶ ପଣ୍ଡା ଓ ପ୍ରତାପ କୁମାର ପାଢ଼ୀ, ସଂଗଠନ ସମ୍ପାଦକ ସନ୍ତୋଷ କୁମାର କର ଯୁଗ୍ମ ସମ୍ପାଦକ ପଦ୍ମନାଭ ପାଣିଗ୍ରାହୀ, ସହ ସମ୍ପାଦକ ଇଂଜିନିଅର ତଥା ସାମ୍ବାଦିକ ବିଜୟ କୁମାର ପଣ୍ଡା ଓ ଅନିରୁଦ୍ଧ ଉପାଦ୍ଧୟ, ଆଇନ୍ ପରାମର୍ଶଦାତା ଭଦ୍ରକ ଓକିଲ ସଙ୍ଘ ସଭାପତି ଏଡ଼ଭୋକେଟ୍ ଦିଲୀପ କୁମାର ମହାପାତ୍ର, ଗଣମାଧ୍ୟମ ସଭାପତି ରାମନାରାୟଣ ନାୟକ ଓ ସମ୍ପାଦକ ତପନ କୁମାର ମିଶ୍ର, ଶକ୍ତିବାହିନୀର ସଭାପତି ଶ୍ରୀମତୀ ଜୟନ୍ତୀ କର ଶର୍ମା ଏବଂ ମାର୍ଗ ଦର୍ଶକ ରୂପେ ପଣ୍ଡିତ ଭାଗିରଥି ନନ୍ଦଶର୍ମା, ପଣ୍ଡିତ ଚତୃଭୁଜ ତ୍ରିପାଠୀ, ପଦ୍ମନାଭ ପାଢ଼ୀ, ଶମ୍ଭୁନାଥ ପାଣିଗ୍ରାହୀ, ପଣ୍ଡିତ ଜଗନ୍ନାଥ ପାଣିଗ୍ରାହୀ, ବିଷ୍ଣୁ ମୋହନ ପାଣିଗ୍ରାହୀ, ରାମଚନ୍ଦ୍ର ପଣ୍ଡା ଏବଂ ଦୟାନିଧି ମିଶ୍ର ପ୍ରମୁଖ ମନୋନୀତ ହୋଇଥିଲେ ।ଏହି ସଭାରେ ରାଜ୍ୟ ସଭାପତି ଡ଼ ସଦାନନ୍ଦ ଦୀକ୍ଷିତ, ରାଜ୍ୟ ସମ୍ପାଦକ ଗୋପବନ୍ଧୁ ମିଶ୍ର, ଶିକ୍ଷାବିତ୍ କରୁଣାକର ଉପାଧ୍ୟାୟ, ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ ପ୍ରମୁଖ ଉଦବୋଧନ ଦେଇ ବ୍ରାହ୍ମଣ ସଂଘଠନର ଆବଶ୍ୟକତା ଓ ବିସ୍ତାର ଓପରେ ଆଲୋକପାତ କରିଥିଲେ । ସରସ୍ୱତୀ ବିହାରରେ ପ୍ରତିଷ୍ଠିତ ବୈଦିକ ବିଦ୍ୟାପୀଠମର ବିକାଶ ପାଇଁ ବ୍ରାହ୍ମଣ ମହାସଂଘ ଜାତିଗତ ସଂକୀର୍ଣ୍ଣତାରୁ ଉର୍ଦ୍ଧରେ ରହି କାର୍ଯ୍ୟ କରିବ ବୋଲି ସର୍ବସମ୍ମତ ନିଷ୍ପତ୍ତି ନିଆଆଯାଇଥିଲା ।

ଭଦ୍ରକରୁ ପୁନିଲ୍ କୁମାର ସାମନ୍ତଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର।

Leave a Reply

Your email address will not be published. Required fields are marked *