ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଦିବସ ପାଳନ

ଭଦ୍ରକ୨୬।୧୧():ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ସମ୍ବିଧାନ ବଞ୍ଚାଅ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା କଂଗ୍ରେସ ର ପ୍ରାକ୍ତନ କାର୍ଯ୍ୟକାରୀ ସଭାପତି ଦେବରୁପ ମହାନ୍ତିଙ୍କ ସଭାପତିତ୍ୱରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ଆଇନଜୀବୀ ତଥା ଶ୍ରମିକ ନେତା ଦିବ୍ୟସିଂହ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଭାରତ ର ସମ୍ବିଧାନ ଉପରେ ଦୀକ୍ଷାନ୍ତ ଭାଷଣ ଦେବା ସହ ଆଜି ଭାରତ ର ସମ୍ବିଧାନ ବିଜେପି ସରକାର ଅମଳରେ ଅସୁରକ୍ଷିତ ବୋଲି ଦର୍ଶାଇ ଏହାର ସୁରକ୍ଷା ଲାଗି ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ । ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନ ବିଧାୟକ ପଞ୍ଚାନନ ମଣ୍ଡଳ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଟାଉନ ସଭାପତି ଅବଦୁଲ ମୁକିତ ଖାଁ, ପୀତବାସ ଧଳ, ଇଲିଆସ ଅଲି ଖାଁ, ସାଦ ସିଦ୍ଧିକ, ନାରୀନେତ୍ରୀ ଶର୍ମିଷ୍ଠା ପଣ୍ଡା, ଅମିତାବାଳା ଆଚାର୍ଯ୍ୟ, ସ୍ୱସ୍ତିକା ପଣ୍ଡା, ରାଜକିଶୋର ପଣ୍ଡା, ଏନାମୂଲହକ, ହସିନା ଖାତୁନ, ଯୁବନେତା ବିଜୟ

ବାରିକ, ମନୋଜ ମଲ୍ଲିକ, କାଳନ୍ଦୀ ଜେନା,ବଳରାମ ରାଉତ, ଦୀନବନ୍ଧୁ ଦାସ, ଧରିତ୍ରୀ ଜେନା, ସନ୍ତୋଷ ଜେନା, ଜ୍ୟୋସ୍ନାରାଣୀ ଜେନା, ଲୋକମାନ ଅଲି ଖାଁ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ଡ଼ ସୁରକ୍ଷା ନେଇ ବକ୍ତବ୍ୟ ରଖିଥିଲେ । ଏହି ଅବସର ରେ କଂଗ୍ରେସ ନେତା ଦେବରୁପ ମହାନ୍ତିଙ୍କ ନେତୃତ୍ୱରେ ଭଦ୍ରକ ଡଗମୁଣ୍ଡ କୁଷ୍ଠ କଲୋନୀ ରେ କଂଗ୍ରେସ ନେତା କ କର୍ମୀ ମାନେ ସଫେଇ କରିଥିଲେ । ପରେ ୨୦ କୁଷ୍ଠ କଲୋନୀ ର ଅନ୍ତେବାସୀଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *