ତ୍ରିରଙ୍ଗା ମୟ ହେଲା ଭଦ୍ରକ ଜିଲ୍ଲା ବିଶାଳ ପଦଯାତ୍ରା ରେ ସାମିଲ ହେଲେ ନଗର ଉନ୍ନୟନ ମନ୍ତ୍ରୀ

Date:- 14/08/2025Place:- Bhadrak :- ୭୯ ତମ ସ୍ବାଧିନତା ଦିବସ ପାଳନ ଅବସରରେ ପ୍ରତିଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଭଦ୍ରକ ଜିଲ୍ଲାସ୍ତରୀୟ ବିଶାଳ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାର ଙ୍କ ଗୃହ ନିର୍ମାଣ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତ୍ରିରଙ୍ଗା ପତାକା ପ୍ରଦର୍ଶନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ମହତାବ ଙ୍କ ମୂର୍ତ୍ତି ପାଖରୁ ଏକ ବିଶାଳ ପଦଯାତ୍ରା ଆରମ୍ଭ ହୋଇ ଡାହାଣି ଗଡୀଆ ଛକ ସ୍ଥିତ ଗୋପବନ୍ଧୁଙ୍କ ମୃତ୍ତି ପଯ୍ୟନ୍ତ ଗତି କରିଥିଲା। ମାନ୍ୟବର ସାଂସଦ ଅଭିମନ୍ୟୁ ସେଠୀ।

ଭଦ୍ରକ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ଏସପି ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ସୈାରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଏସପି ଡିଆଇବି ଅଂଶୁମାନ ଦୀବେଦୀ, ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ , ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିରିକା, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏନସିସି କମାଣ୍ଡ ସୁଦୀପ୍ତ କୁମାର ସାହୁ, ନେତୃତ୍ବରେ ଏନସିସି ଅଧିକାରୀ ଶିକ୍ଷାନୁଷ୍ଠାନ ମାନଙ୍କ ସହ ଯୁଦ୍ଧ ବିମାନ ମେଢ଼ ଏହି ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମ କର୍ତ୍ତା ଉପସ୍ଥିତ ଥିଲେ। ଯୁବ ଗୋଷ୍ଠୀ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ଶୋଭାଯାତ୍ରା ରେ ଉପସ୍ଥିତ ଥିଲେ। ସମସ୍ତ ଙ୍କ ହାତରେ ତ୍ରିରଙ୍ଗା ପତାକା ପ୍ରଦର୍ଶନ କରୁଥିଲେ।

Leave a Reply

Your email address will not be published. Required fields are marked *