ଭଦ୍ରକ ଜିଲ୍ଲା ଗୋସେବକ ମାନେ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଭଦ୍ରକ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ଜିଲ୍ଲା ଅଗ୍ରଣୀ ଗୋ- ସେବକ ତଥା ସୁରକ୍ଷା କର୍ମୀ ,୧୮ ତାରିଖ ରୁ ଜିଲ୍ଲା ର ସମଗ୍ର ପ୍ରାଣୀ ଚିକିତ୍ସାକ ମାନେ ସମୂହ ଛୁଟି ରେ ରହିଥିବା ହେତୁ ଜିଲ୍ଲା ରେ ଅସୁସ୍ଥ ଓ ଦୁର୍ଘଟଣାଗ୍ରସ୍ତ ଷଣ୍ଢ ଓ କୁକୁର ମାନେ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି, ଗତ ଜାନୁଆରୀ ମାସ ୨୦ ତାରିଖ ରେ ଗୋଟିଏ ଏବଂ ୨୨ତାରିଖ ରେ ଦୁଇଟି ଷଣ୍ଢ ଦେହ ଅତି ଖରାପ ଥିଲା ଏବଂ ସେମାନଙ୍କୁ ଆମ୍ଭେ ନିଜ ପ୍ରଚେଷ୍ଟାରେ ଜିଲ୍ଲା ମୁଖ୍ଯ ପ୍ରାଣୀ ଚିକିତ୍ସାଳୟ ଭଦ୍ରକ କୁ ନେଇଥିଲୁ ଉକ୍ତ ଚିକିତ୍ସାଳୟରେ ଡାକ୍ତର ମାନେ ଛୁଟିରେ ଥିବାରୁ ଉକ୍ତ ତିନୋଟି ଷଣ୍ଢଙ୍କର ଚିକିତ୍ସା ନ ପାଇଁ ମୃତ୍ୟୁ ବରଣ କରିଥିଲେ ,ଏ ବାବଦ ରେ ,ସି ,ଡି,ଭି, ଅବଗତ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ଯ କୌଣସି ଫଳ ମିଳି ନ ଥିଲା ,ତେଣୁ ଓଡିଶାର ସମସ୍ତ ସରକାରୀ ପ୍ରାଣୀ ଚିକିତ୍ସା କେନ୍ଦ୍ର କୁ ଦୁଇ ଦିନ ମଧରେ ନ ଖୋଲିଲେ ରାଜରାସ୍ତା କୁ ଓହ୍ଲାଇ ବେ ବୋଲି ଚେତାବନି ଦେଇଛନ୍ତି ଭଦ୍ରକ ଜିଲ୍ଲାର ଗୋ- ସେବକ ପ୍ରମୋଦ କୁମାର ଦାସ

Leave a Reply

Your email address will not be published. Required fields are marked *