ଭଦ୍ରକ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ।

ଭଦ୍ରକ ଜ଼ିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ହୋଟେଲ ହାର୍ଦିକ , ନଳlଙ୍ଗ ଠାରେ ଅନୁଷ୍ଠିତ ହୋଇଥିଲା , ଏହି କାର୍ଯ୍ୟକ୍ରମ ରେ ସାଂସଦ ଭଦ୍ରକ ଶ୍ରୀ ଅଭିମନ୍ୟୁ ସେଠି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକର୍ମ କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲା ର ଜ଼ିଲ୍ଲା ପାଳ ଦିଲିପ ରାଉତରାଏ,ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ୍, ମୁଖ୍ୟ ଉନ୍ୟୟନ ଅଧିକାରୀ,ଜ଼ିଲ୍ଲା ପରିଷଦ ଶୁଭେନ୍ଦ୍ର ସାମଲ ଯୋଗ ଦେଇଥିଲେ ,ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ, ସହକାରୀ ନିର୍ଦେଶକ ଉଦ୍ୟାନ କୃଷି ଅଧିକାରୀ ଓ ସମସ୍ତ ବ୍ଲକ ର କୃଷି ଅଧିକାରୀ ମାନେ ଯୋଗ ଦେଇଥିଲେ । ସାଂସଦ କହିଥିଲେ ଯେ ମାଣ୍ଡିଆ ରେ ଅଧୂକ କ୍ୟାଲସିୟମ ଏବଂ ବାଜରାରେ ଅଧୂକ ଲୌହ, ଅଧୂକ ତନ୍ତୁ , କୋଲେଷ୍ଟିଲ୍ କୁ କମାଇବା, ଗହମ, ଚାଉଳ, ମକା, ରେ ତିନି ଗୁଣା ଅଧୂକ ତନ୍ତୁ, ଥୂବା ବେଳେ ସ୍ବଳ୍ପ ଜଳରେ ଭଲ ଭାବେ ବଢ଼ି ପାରୁଥିବା ପୃଷ୍ଟି ସାର କାଙ୍ଗୁ, ବାଜରା, ସୁଆଁ, କୋଦ, ମାଣ୍ଡିଆ, ଜନ୍ନା, ଖୂରା, ଚିନା, ଆଦି ସ୍ବାସ୍ଥ୍ୟ ପାଇଁ ହିତକର ବୋଲି ଗୁରୁତ୍ବ ଆରୋପ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଣ୍ଡିଆ ଚାଷ ର ଅଗ୍ରଗତି ଉପରେ ଚାଷୀ ଙ୍କୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟ କର୍ମ ରେ ବିଭିନ୍ନ ବ୍ଲକ ରୁ ୬୦ ରୁ ଉର୍ଦ୍ଧ ଚାଷୀ ଯୋଗ ଦେବା ସହ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ ।କାର୍ଯ୍ୟକର୍ମ କୁ ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ଦ୍ଵିଯୋବର ସେଠୀ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *