ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟ ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ୨ କୋଟି ୨୬ ଲକ୍ଷ୍ୟ ଟଙ୍କା ବ୍ୟୟ
Date:- 03/09/2025Place:- Bhadrak :- ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟ ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ୨ କୋଟି ୨୬ ଲକ୍ଷ୍ୟ ଟଙ୍କା ବ୍ୟୟରେ ସମ ନିତ ଜନସ୍ବାସ୍ଥ୍ୟ ପରୀକ୍ଷାଗାର କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଉଦ୍ ଘାଟନ କରିବା ସହିତ ଅଳିଆ ଆବର୍ଦ୍ଧନା ରଖୁବା ସେଫାର୍ଡ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭକରି ବିଭିନ୍ନ ୱାର୍ଡ କୁ ଯାଇ ଅନୁଧ୍ୟାନ କରି ଥିଲେ। ନୂତନ ରୋଗୀ ସେବା ପାଇଁ ଜନସ୍ବାସ୍ଥ୍ୟ ଏହି ପରୀକ୍ଷାଗାର ଲେବୋର୍ ଟରୀ ରେ ଶରୀରର ବିଭିନ୍ନ ରୋଗ ସକାଶେ ରକ୍ତ ପରୀକ୍ଷା କରାଯିବ ବୋଲି ଜଣାପଡିଛି।ଏଥିରେ ବିଶେଷଜ୍ଞ ଡାକ୍ତର ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ନିୟୋଜୀତ ହୋଇ ରୋଗୀ ଓ ଜନସାଧାରଣ ସେବା ପାଇପାରିବେ।

ଏଥିରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ସି ଡି ଏମ ଓ ଡାକ୍ତର ସୁଧୀର ରଞ୍ଜନ ନାୟକ, ଙ୍କ ସମେତ ଡାକ୍ଟର ସ୍ବାସ୍ଥ୍ୟ କର୍ମଚାରୀ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ ରୋଗୀ ଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ଅର୍ଥ ଯୋଗାଇ ଦିଆଯାଉ ଥୂବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
