ଭଦ୍ରକ ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ଦିବସ -୨୦୨୬
ଭଦ୍ରକ, ତା. ୧୩.୦୧.୨୦୨୬ ରିଖରେ ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ଦିବସ–୨୦୨୬ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭଦ୍ରକ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳର ସଦୁପଯୋଗ, ସଂରକ୍ଷଣ ଏବଂ ସୁସ୍ଥିର ଜଳ ପରିଚାଳନା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।ଉକ୍ତ ସଭାରେ ଜଳସେଚନ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ (ସାଳନ୍ଦୀ ଜଳସେଚନ), ମୁଖ୍ୟ

ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ଶୁଭେନ୍ଦ୍ର ସାମଲ, ଅଧିକ୍ଷଣ ଯନ୍ତ୍ରୀ, ସାଳନ୍ଦୀ କେନାଲ ଡିଭିଜନ ହିତେଶ କୁମାର ସାହୁ, ମାନ୍ୟବର ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ ସହ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ପାଣିପଞ୍ଚାୟତମାନଙ୍କର ଭୂମିକା, ଚାଷୀ ହିତାର୍ଥ ଯୋଜନା ଓ ଜଳ ସଂରକ୍ଷଣ ସଚେତନତା ଉପରେ ଆଲୋଚନା କରାଯାଇଥିଲା।
