ଭଦ୍ରକ ଜିଲ୍ଲା ଆରଡ଼ି ରାଜ୍ୟ ରାଜପଥ ଏବେ ପାଲଟିଛି ମରଣ ଜନ୍ତା

ଭଦ୍ରକ ଜିଲ୍ଲାପାଳଙ୍କ କଥାକୁ ଖାତିର ନାହାଁନ୍ତି ଠିକାଦାରରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ତେଜୁଛି ଜନ ଅସୋନ୍ତୋସବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେବାକୁ ସାଧାରଣରେ ଦାବି। Date..15.09.25Anchore.. ଭଦ୍ରକ ଜିଲ୍ଲା ଆରଡ଼ି ରାଜ୍ୟ ରାଜପଥ ଭଦ୍ରକ ଜିଲ୍ଳାର ଏକ ମୂଖ୍ୟ ରାଜପଥ ଯାହାକି ଓଡ଼ିଶା ପ୍ରସିଦ୍ଧ ଶୈବ ପୀଠ ବାବା ଅଖଣ୍ଡଳମଣୀ ଆରଡ଼ିକୁ ଲମ୍ବିଛି,ରାସ୍ତାର ଲମ୍ବ ୩୬ କି ମି ହେଲେ ବର୍ଷ ବର୍ଷ ବିତି ଗଲାଣି ସରିଲା ନାହିଁ ଭଦ୍ରକ ରୁ ଆରଡ଼ି ରାସ୍ତା କାମ, ପୂର୍ବ ସରକାର ଏହି ରାସ୍ତା ସମ୍ପ୍ରସାରଣ ପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରିଥିଲେ ହେଲେ ଠିକାଦାର କାମ ଅଧା ପାଁତରିଆ କରି ଛୁ ମାରିଛି। ଭଦ୍ରକ ଜିଲ୍ଳାର ଲାଇଫ ଲାଇନ କହୁଥିବା ଭଦ୍ରକ ଆଖଣ୍ଡଳମଣୀ ରାସ୍ତାର ଅବସ୍ଥା ଏବେ କହିଲେ ନ’ ସରେ। ଏହି ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ୫ ବର୍ଷ ବିତିଲାଣି ଠିକାଦାର ନିଜ ମନ ମାନିରେ କାମ କରୁଛି। ଯେମିତି ଶାସନ,ପ୍ରଶାସନ ଆଉ ସରକାର ତାଙ୍କ ହାତ ମୁଠାରେ,ସ୍ଥାନୀୟ ଲୋକେ ଯେତେ ଅଭିଯୋଗ କଲେବି ସେ ବିଭାଗୀୟ ଅଧିକାରୀଙ୍କ ଛାତ୍ରଛାୟା ତଳେ ଥିବାରୁ ଏହାକୁ ଭୃକ୍ଷେପ କରୁ ନାହାଁନ୍ତି।

ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସାରିବାକୁ ଭଦ୍ରକ ଜିଲ୍ଲାପାଳ ପୂର୍ତ୍ତ ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ ହେଲେ ଏହାକୁ କର୍ଣ୍ଣପାତ କରି ନାହିଁ ବିଭାଗ। ମଙ୍ଗଳପୁର ଠାରୁ ଧୂଷୁରୀ ମଧ୍ୟରେ ସ୍ଥାନେ ସ୍ଥାନେ ପିଚୁ ଉଠି ଯାଇ ରାସ୍ତା ମରଣ ଯନ୍ତା ପାଲଟିଛି। ସେହିସବୁ ସ୍ଥାନରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଦୁଈ ମାସ ତଳେ ପତ୍ରିସାହି ଠାରୁ କୋଠାର ନିକଟରେ ହୋଇଥିବା ପିଚୁ କାମ ସମ୍ପୂର୍ଣ ରୂପେ ନିମ୍ନମାନର ଏବଂ ଦିନକ ପରେ ପିଚୁ ଉଠି ଯାଇଛି।ଏହି ଭଳି ଯଦି ନିମ୍ନମାନର କାମ ଜାରି ରହେ ଏବଂ ଜିଲ୍ଲା ପ୍ରଶାସନ,ଠିକାଦାର,ବିଭାଗୀୟ ଅଧିକାରୀ ଆମର ଦାବି ନ’ ଶୁଣନ୍ତି,ତା ହେଲେ ଆଗାମୀ ଦିନରେ ଭଦ୍ରକ ଆରଡ଼ି ରାଜ୍ୟ ରାଜପଥକୁ ଅବରୋଧ କରିବୁ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।ତେବେ ଆଗାମୀ ଦିନରେ କି ପଦକ୍ଷେପ ନିଆଜାଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *