ଭଦ୍ରକ ଜିଲ୍ଲା ୱେବ୍ ଓ ଡିଜିଟାଲ ମିଡ଼ିଆ ମହାସଂଘ, ନୂତନ କରି ଭଦ୍ରକ ଜିଲ୍ଲାରେ ଗଠନ ହୋଇଯାଇଛି।

ଭଦ୍ରକ ଜିଲ୍ଲା ୱେବ୍ ଓ ଡିଜିଟାଲ ମିଡ଼ିଆ ମହାସଂଘ, ନୂତନ କରି ଭଦ୍ରକ ଜିଲ୍ଲାରେ ଗଠନ ହୋଇଯାଇଛି। ଆଜି ଯୋଷଧା ହୋଟେଲ ସଭାଗୃହ ପରିସରରେ ସାମ୍ବାଦିକତା ଓ ଗଣମଧ୍ୟାମ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ୱେବ୍ ଡିଜିଟାଲ ସାମ୍ବାଦିକଙ୍କ ସମେତ ଅନେକ ବରିଷ୍ଠ ସାମ୍ବାଦିକ ଯୋଗ ଦେଇଥିଲେ। ବୈଠକ ରେ ସାମାଜିକ ଗଣମାଧ୍ୟମ ଓ ସାମ୍ବାଦିକତା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ସଂଘର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ରାୟ ମହାପାତ୍ର, ସାମ୍ବାଦିକ ରବି ନାରାୟଣ ଖିଲାର, ସାମ୍ବାଦିକ

ଅପୂର୍ବ ରଞ୍ଜନ ବେହେରା ସାମ୍ବାଦିକ, ରାମନାରାୟଣ ମହାନ୍ତି, ସାମ୍ବାଦିକ ଅନୁପ ପାଲ, ସମେତ ଉପଦେଷ୍ଟା ବସନ୍ତ ରାଉତ ସଂଯୋଜକ ପ୍ରକାଶ ସ୍ୱାଇଁ ଯୋଗ ଦେଇଥିଲେ। ଏହି ମହାସଂଘ ଜିଲ୍ଲାର ମୌଳିକ ସମସ୍ୟା ଓ ସମାଜର ଅବହେଳିତ ନିଷ୍ପେସିତ ଲୋକ ମାନଙ୍କ ସ୍ୱର ସାମାଜିକ ଗଣମାଧ୍ୟମ ରେ ଉପସ୍ଥାପନ କରି ସମସ୍ୟାର ସମାଧାନ କରିବାର ନିଷ୍ପତି ନିଆଗଲା।

Leave a Reply

Your email address will not be published. Required fields are marked *