ଭୋଟର ତାଲିକା ର ଚୂଡାନ୍ତ ପ୍ରକାଶ ବୈଠକ ଅନୁଷ୍ଠିତ

ଭଦ୍ରକ ଜିଲ୍ଲାପାଳ ଙ୍କ ସାଳନ୍ଦୀ ସଭା ଗୃହରେ ଭୋଟର ତାଲିକା ର ଚୂଡାନ୍ତ ପ୍ରକାଶ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଅତିରିକ୍ତ ଜିଲ୍ଲାପାଳ ଶାନୁନୁ ମହାନ୍ତି,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ନିର୍ବାଚନ ଅଧୂକାରୀ ସାଗରିକା ସାହୁ ,ପ୍ରମୁଖ ଯୋଗ ଦେଇ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରି,ଭଦ୍ରକ,ବାସୁଦେବପୁର, ଧାମନଗର ଏବଂ ଚାନ୍ଦବାଲି ଏପରି ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଆଜି ଜାନୁଆରୀ ୬ ତାରିଖ ସୁଦ୍ଧା ୧୩ ଲକ୍ଷ୍ୟ ୪ ହଜାର ୮୯ ଜଣ ମତ ଦାତା ଅଛନ୍ତି।ଯାହାକି ୩ ମାସ ମଧ୍ୟରେ ୧୦ ହଜାର ୨୭ ଜଣ ମତଦାତା ଅଧୂକ ଅନୁର୍ଭୁକ୍ତ ହୋଇ ଥିବା ବେଳେ ନିର୍ବାଚନ ଫର୍ମ ୬, ୭, ୮, ରେ ମତଦାତା ଙ୍କ ଯୋଗ, ବାଦ, ସଂଶୋଧନ,କରିବା ସହିତ ୧୮ ବର୍ଷର ନୂତନ ଯୁବ ମତଦାତା ସାମିଲ ହେବା କୁ ପରାମର୍ଶ ଦେଇ ଛନ୍ତି।

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *