ଭଦ୍ରକ ସଂସ୍କୃତି ଭବନରେ ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମ।ୟାଧର ଦାସଙ୍କ ୩୪ତମ ସ୍ମୃତି ସଭା ଅନୁଷ୍ଠିତ

ଭଦ୍ରକ ସଂସ୍କୃତି ଭବନରେ ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମ।ୟାଧର ଦାସଙ୍କ ୩୪ତମ ସ୍ମୃତି ସଭା ଅନୁଷ୍ଠିତ

ଭଦ୍ରକ, ୧୫/୧୨/୨୦୨୫: ସ୍ୱାଧୀନତା ସଂଗ୍ରାମୀ
ମ।ୟାଧର ଦାସଙ୍କ ୩୪ତମ ପୁଣ୍ୟତିଥି ଅବସରରେ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ଭଦ୍ରକସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ମ।ୟାଧର ଦାସଙ୍କ ତୈଳଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇ ତାଙ୍କର ଦେଶପ୍ରେମ ଓ ତ୍ୟାଗକୁ ସ୍ମରଣ କରାଯାଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡେପୁଟୀ କଲେକ୍ଟର ଶ୍ରୀ କାର୍ତ୍ତିକ ନାଥ ମଣ୍ଡଲ ଏବେକାର ଯୁବପିଢ଼ୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ମୟାଧର ଦାସଙ୍କ ଦେଶପ୍ରେମରେ ଅନୁପ୍ରାଣିତ ହୋଇ ଦେଶ ଓ ଜାତି ପ୍ରତି କର୍ତ୍ତବ୍ୟନିଷ୍ଠ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ

ସଭାର ସଭାପତି ଭାବେ ପଣ୍ଡିତ ଦୈତାରୀ ମହାପାତ୍ର ଯୋଗଦେଇ ସଭାକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ମ।ୟାଧର ଦାସଙ୍କ ଦେଶପ୍ରେମ, ତ୍ୟାଗ ଓ ସେବାଭାବକୁ ସ୍ମରଣ କରିଥିଲେ।

ସଭାରେ ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ବ୍ରଜସୁନ୍ଦର ରାଉତ ଉପସ୍ଥିତ ରହି ସ୍ୱାଧୀନତା ଆନ୍ଦୋଳନର ସ୍ମୃତିମୟ ଅନୁଭବ କୁ ବ୍ୟାଖ୍ୟା କରି ଯୁବପିଢ଼ିକୁ ଦେଶପ୍ରେମ ଓ ରାଷ୍ଟ୍ରସେବାରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ସ୍ମୃତି ସଭା
ମ।ୟାଧର ଦାସ ସ୍ମୃତି କମିଟି ଦ୍ୱାରା ତାକଂର
ସୁପୁତ୍ର ବଂଶୀଧର ଦାସଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ବିଭିନ୍ନ କ୍ଷେତ୍ର ରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ପ୍ରଦାନ ସହିତ ବିଭିନ୍ନ ପ୍ରତିସ୍ପର୍ଦ୍ଧ। ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ପ୍ରସ୍ଵ।ହନ ରାଶି ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *