ସର୍ବ ସ୍ୱରୁପିଣୀ ମା ଭଦ୍ରକାଳୀ ପୁସ୍ତକଭଦ୍ରକାଳୀ ମନ୍ଦିରରେ ଲୋକାର୍ପିତ
ଭଦ୍ରକର ପ୍ରସିଦ୍ଧ ମା ଭଦ୍ରକାଳୀଙ୍କ ପୀଠରେ ବିଚିତ୍ରାନନ୍ଦ ସାହୁଙ୍କ ଦ୍ୱାରା ଲିଖିତ ସର୍ବସ୍ୱରୂପିଣୀ ମା ‘ଭଦ୍ରକାଳୀ ପୁସ୍ତକ ଲୋକାର୍ପିତ ହୋଇଯାଇଛି l ଏହି ନିରାଡ଼ମ୍ବର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଥାକାର ପବିତ୍ର ପାଣିଗ୍ରାହୀ, ସମ୍ମାନନୀୟ ଅତିଥି ଭାବେ ପୂର୍ଣଚନ୍ଦ୍ର ବହଳୀ, କୈଳାଶ ଦାସ, ବିଜୟ ବହଳୀ, ମନୋରଞ୍ଜନ ଦାସ,ବୈକୁଣ୍ଠନାଥ ଓଝା ଯୋଗ ଦେଇଥିଲେ ସଂଯୋଗ କ୍ରମେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଟାଇମ୍ସ ଅଫ ଇଣ୍ଡିଆର ପ୍ରଦ୍ୟୁମ୍ନ କୁମାର ବିଶ୍ବାଳ, ବିଭିନ୍ନ ସମ୍ବାଦପତ୍ରର ପ୍ରତିନଧି, ମଞ୍ଜୁ ଶ୍ରୀ ବିଶ୍ୱାଳ,ବିଶ୍ୱରଂଜନ ରାଉତ ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ l ପଣ୍ଡିତ ନିତ୍ୟାନନ୍ଦ ମିଶ୍ର,ସାରଙ୍ଗଧର ପଣ୍ଡା, ବଟ କୃଷ୍ଣ ପଣ୍ଡା ବେଦପାଠ କରିଥିବା ବେଳେ ମାଙ୍କ ପୂଜକମାନେ ମନ୍ତ୍ରଧ୍ୱନି କରି ସମସ୍ତଙ୍କୁ ବିମୁଗ୍ଧ କରିଥିଲେ l ଦେବ ଦୀକ୍ଷିତ, ମନ୍ଦରଧର ଦୀକ୍ଷିତ, ବିଜୟା ଲକ୍ଷ୍ମୀ ପଣ୍ଡା ଦୀକ୍ଷିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ
ବିଜୟ କୁମାର ବହଳୀ।
