ଐତିହାସିକ ଭଦ୍ରକ କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଦଭାବନା ଗୃହ ରେ ଅନୁଷ୍ଠିତ
ଐତିହାସିକ ଭଦ୍ରକ କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଦଭାବନା ଗୃହ ରେ ଅନୁଷ୍ଠିତ ହୋଇଯାଇଛି,
ଭଦ୍ରକ, :- ଐତିହାସିକ ଭଦ୍ରକ କାଳୀପୂଜା ପାଇଁ ବୁଧବାର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦିଲ୍ଲୀପ ରାଉତରାଏ ବୈଠକର ଅଧ୍ଯକ୍ଷତା କରି ୭ ଦିନ ଧରି ପାଳିତ ହେବାକୁ ଥିବା ଏହି ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ମେଳାରେ ଅଧିକ ଜନସମାବେଶ ହେତୁ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରାଯାଇଥିଲେ ମଧ୍ୟ ପର୍ବ ପାଳନରେ ଜନସାଧାରଣ ବିଭିନ୍ନ କ୍ଷେତ୍ରରେ ପୁଲିସକୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ତେବେ ଏଥର ପୂର୍ବ ପରମ୍ପରା ଅନୁଯାୟୀ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଏହି ଐତିହାସିକ ମେଳା ଅନୁଷ୍ଠିତ ହେବ ବୋଲି ଏସ୍ପି ଶ୍ରୀ ରାଉତ ବୈଠକରେ ସୂଚନା ଦେଇଥିଲେ। ପୂଜା ୨୧ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ସକାଳେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି୨୧ରୁ ପୂଜା ଆରମ୍ଭ, ୨୮ରେ ଭସାଣି ନିଆଯାଇଛି। ମା’ଙ୍କ ବିସର୍ଜନ ପାଇଁ ପ୍ରଶାସନ ତରଫରୁ ଚଳିତବର୍ଷ ଡଗରାସାହି କେନାଲ ରୋଡ୍ ଓ ଛପୁଲିଆଠାରେ ୨ ଗୋଟି କୃତ୍ରିମ ଜଳାଶୟ ନିର୍ମାଣ କରାଯିବା ପାଇଁ ବ୍ୟବସ୍ଥା ରହିଛି। ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୂଜା କମିଟି ମାନଙ୍କର ପ୍ରମୁଖ କର୍ମକର୍ତା ସହ ହିନ୍ଦୁ ସୁରକ୍ଷାସମିତିର ପ୍ରମୁଖ ବିଦ୍ୟାଧର ସାହୁ, ଶାନ୍ତି କମିଟିର ସଦସ୍ୟ ସୁଧାକର ରାଉତ, ଗୌରାଙ୍ଗ ପଣ୍ଡା, ଅତିଶ ବେହେରା, ମୁସଲିମ୍ ଜମାତର ନୌସାଦ, ସେକ୍ ରାଜୁ, ସେକ୍ ଭିମର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଅତିରିକ୍ତ ଆରକ୍ଷୀ
ଅଧୀକ୍ଷକ ଅଂଶୁମାନ ଦ୍ବିବେଦୀ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର (ବିଚାର ବିଭାଗ) କାର୍ତିକନଥ ମଣ୍ଡଳ ଓ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଣ୍ଟିଆଙ୍କ ସମେତ ପୂର୍ତ୍ତ, ଗ୍ରାମୀଣ ଉନ୍ନୟନ, ଜଳ ପରିମଳ ଓ ବିଦ୍ୟୁତ୍ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ବୈଠକରେ ଉପସ୍ଥିତ ଥିଲେ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
