ଐତିହ୍ୟ ପରମ୍ପରାରେ ଭଦ୍ରକ କାଳୀପୂଜା
ଭଦ୍ରକ, :_ ଭଦ୍ରକ ହେଉଛି ମା’ ଭଦ୍ରକାଳୀଙ୍କ ପୀଠ ଏବଂ ଓଡ଼ିଶାର ପ୍ରଥମ ଶକ୍ତିପୀଠ। ଐତିହାସିକମାନଙ୍କ ମତରେ ଭୌମକର ଶାସନର ଶେଷଭାଗରେ ଓଡ଼ିଶାର ତନ୍ତ୍ରବାଦର ପ୍ରସାର ଘଟିଲା। ତନ୍ତ୍ରବାଦରେ ଶକ୍ତିପୂଜାର ପ୍ରାଧାନ୍ୟ ଥୁବାର ଓଡ଼ିଶାର ବିଭିନ୍ନ ଅଂଚଳରେ ଶକ୍ତିପୀଠ ମୁଣ୍ଡ ଟେକିଲା। ଭଦ୍ରକର ପ୍ରତିଷ୍ଠିତ ମା’ ଭଦ୍ରକାଳୀ ହେଉଛନ୍ତି ନିକଟସ୍ଥ କୃପାରୀ ଅଞ୍ଚଳର ଜଙ୍ଗଲରୁ ଆଣି ଜଙ୍ଗଲ ଦେବୀ (ପର୍ଣ୍ଣଦେବୀ) ଙ୍କୁ ପ୍ରତିଷ୍ଠା କରାଯାଇ ଭଦ୍ରକ କାଳୀଙ୍କ ନାମରେ ପୂଜିତ କରାଗଲା । ସ୍ଥାନର ମଧ୍ଯ ଭଦ୍ରକ ରଖାଗଲା। କାଳକ୍ରମେ ମା’ଙ୍କ ଆଶୀର୍ବାଦରୁ ଭଦ୍ରକ କାଳୀପୂଜାର ଏକ ଐତିହାସିକ ପରମ୍ପରାର ଆରମ୍ଭ ହେଲା। ଭଦ୍ରକର ରେଲ୍ୱେ ଷ୍ଟେସନ ଚରମ୍ପାଠାରେ ଅନୁଷ୍ଠିତ ହୋଇଆସୁଥିବା କାଳୀପୂଜା ଆଜି ରାଜ୍ୟ ଓ ଜାତୀୟ ! ସ୍ତରରେ ପ୍ରସିଦ୍ଧି ଲାଭ କରିଛି । ଭଦ୍ରକର ଚରମା କାଳୀପୂଜା କେବେଠାରୁ ଓ କିପରି ଆରମ୍ଭ ହେଲା, ସେ ନେଇ ଭିନ୍ନ ଭିନ୍ନ ମତ ରହିଛି।ଷ୍ଟେସନରେ ଅତୀତରେ ବହୁ ବଙ୍ଗୀୟ ବ୍ୟକ୍ତି ରେଳବାଇ କର୍ମଚାରୀ ଥିଲେ। ଏଠାରେ ଶୁଣିବାକୁମିଳେ ସେହି ବଙ୍ଗୀୟ ରେଳ କର୍ମ ଚାରୀମାନେ ପ୍ରଥମେ ଆରମ୍ଭ କରିଥିଲେ। ଷ୍ଟେସନର ଇଞ୍ଜିନ୍ ସେଡ୍ ନିକଟରେ ଏକ ଛୋଟ ମନ୍ଦିରରେ ଦୀପାବଳି ଦିନ ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଇଆସୁଥିଲା। ଏଠାରେ ନିକଟସ୍ଥ ମା’ ଭଦ୍ରକାଳୀ ମନ୍ଦିରର ପୂଜକଙ୍କପରାମର୍ଶ ଅନୁସାରେ ସମସ୍ତ ପୂଜାବିଧି ସମ୍ପନ୍ନ କରାଯାଇଥିଲା। ଏହି ବଙ୍ଗୀୟ କର୍ମଚାରୀମାନଙ୍କ ସହ ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ବ୍ୟବସାୟୀମାନେ ମିଶି ପୂଜାର ଆକାର ଓ ପ୍ରକାର ପରିବର୍ତନ କଲେ। ଏହି କାଳୀପୂଜା ପାଳନର ପୃଷ୍ଠଭୂମିରେ ବଙ୍ଗୀୟ କର୍ମଚାରୀ ମା’ ଭଦ୍ରକାଳୀ ମନ୍ଦିରର ଯଥେଷ୍ଟ ପ୍ରଭାବ ସମ୍ପର୍କରେ ପ୍ରାତୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳେ । ସେଦିନର, ସେହି କ୍ଷୁଦ୍ର ପ୍ରଚେଷ୍ଟା ଆଜି ଏକ ବିଶାଳ ଗଣପର୍ବରେ ପରିଣତ ହୋଇଛି। ଭଦ୍ରକର ପ୍ରସିଦ୍ଧ କାଳୀପୂଜା ବିଶେଷତଃ ମା’ ପଥର କାଳୀପୂଜା ଏବେ ଶହେ ବର୍ଷ ଅତିକ୍ରମ କରିଛି। ଏହା ଭଦ୍ରକ ଅଞ୍ଚଳରେ ସୀମିତନରହି ଏହାର ପ୍ରଭାବରେ ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡା, ଆନନ୍ଦପୁର ଅଞ୍ଚଳରେ କାଳୀପୂଜାର ପ୍ରଚାର ପ୍ରସାର ହେଉଛି। ଯୁଗ ସହିତ ତାଳ ଦେଇ ଏହି ଯାତ୍ରା ଓ ମେଳାର ସ୍ବରୂପ ପରିବର୍ଶିତ ହୋଇଛି। ଆଜି ଶହେ ବର୍ଷର ପ୍ରାଚୀନ ପୂଜା ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସେହି ମେଳା କ୍ରମଶଃ ବଢିବାରେ ଲାଗିଛି । ମା’ ପଥରକାଳୀଙ୍କ ମନ୍ଦିର ବ୍ୟତୀତ ଷ୍ଟେସନ ନିକଟବର୍ତୀ ଦୁଇଟି ପୂଜା ମଣ୍ଡପରେ ମା’ଙ୍କର ମୃଣ୍ମୟୀ ମୂର୍ତିକୁ ପୂଜା ପିଡବ୍ଲ୍ୟୁଆଇ ଓ ଟ୍ରଫିକ୍ ଛକ ଆଉ କରାଗଲା। ଦୀର୍ଘବର୍ଷ ପରେ ଏବେ ଚରମ୍ପା ହାଇସ୍କୁଲ ପଡିଆ, ଏରେଇଁ କାଳୀ, ବିଶାଣିଖରିଦା, ଡଗରାସାହି, ରାଜଘାଟ ଛକ, ତେଲଙ୍ଗା ପଟି ଭଳି ୧୦ଟି ସ୍ଥାନରେ ସୁସଜ୍ଜିତ ଆଲୋକମାଳା ଓ ମଣ୍ଡପରେ ମା’କର ପୂଜାର୍ଚ୍ଚନା କରାଯାଉଛି। ଲୋକମୁଖରୁ ଶୁଣାଯାଏ ସେ ଯେତେ ମେଳା, ଯାତ୍ରା ମଣ୍ଡପ ଦୁଇ ଚରଣା ଇମା ନ ଦେଲେ ବର୍ଷ ତମାମ ମନରେ ଅବଶୋଷ ରହିଯାଏ । ଚଳିତବର୍ଷ କାଳୀପୂଜାକୁ ଅଧିକ ଆକର୍ଷଣ କରିବା ପାଇଁ ପୂଜା କମିଟି ମଧ୍ୟରେ ପ୍ରତିଦ୍ଵନ୍ଦିତା ଲାଗିରହିଛି । ଅନ୍ୟପକ୍ଷରେ ଶିଳ୍ପୀ ମୂର୍ତିର ଶେଷ ସ୍ପର୍ଶ ଦେବା ଅପେକ୍ଷାରେ ରହିଛି।
