ଭଦ୍ରକ ସଂସଦୀୟ କ୍ଷେତ୍ର ସାଂସଦ ଖେଳ ମହୋତ୍ସବ

ଭଦ୍ରକ ସଂସଦୀୟ କ୍ଷେତ୍ର ସାଂସଦ ଖେଳ ମହୋତ୍ସବ ଭଦ୍ରକ ର ଏକ ଶିକ୍ଷାନୁଷ୍ଠାନ SBD International School ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଛି।ମୁଖ୍ୟ ଅତିଥି ଭାବେ ରାଜ୍ୟ ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ,ସଂସ୍କୃତି, ଯୁବ ସେବା ଓ କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲିପ୍ ରାଉତରାଏ, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ପ୍ରମୁଖ ଯୋଗ ଦେଇ ଭଦ୍ରକ ଜିଲ୍ଲାର ସାତଟି ବ୍ଲକ ଏବଂ ସଂସଦୀୟ କ୍ଷେତ୍ର ବାଲେଶ୍ବର ଜିଲ୍ଲାର ସୋର ଏବଂ ସିମୁଳିଆ ରୁ ଆସିଥିବା ମୋଟ ନଅ ଶହ ଛାତ୍ର ଛାତ୍ରୀ କ୍ରୀଡାବିତ୍ ମାନଙ୍କୁ ସଂସଦୀୟ ଖେଳ ମୋହସ୍ତବ ରେ ଶୁଭେଚ୍ଛା ଜଣାଇଥିଲେ।

କ୍ରୀଡା ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ ବିକଶିତ ଭାରତ ଗଢ଼ିବା ଦିଗରେ ସମସ୍ତେ ସଂକଳ୍ପ ନେବା ସହ ସୁସ୍ଥ ନାଗରିକ, କ୍ରୀଡା ର ଭିତ୍ତିଭୂମି ବିକାଶ ହେବା, ଗ୍ରାମାଞ୍ଚଳ ରୁ ପ୍ରତିଭା ଚିହ୍ନଟ ହୋଇ ପ୍ରତ୍ୟେକ ବିଦ୍ୟାଳୟ ଓ ଘରେ ଘରେ କ୍ରୀଡାବିତ୍ ସୃଷ୍ଟି କରିବା ହିଁ ପ୍ରଧାନମନ୍ତ୍ରୀ ଙ୍କ ପରିକଳ୍ପନା ରହିଥ‌ିବା କହିଥିଲେ। ଏହି ସାଂସଦ ଖେଳ ମହୋତ୍ସବ ରେ ସମସ୍ତେ ଶପଥ ପାଠ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଏହାପରେ ପ୍ରତିଯୋଗୀ ମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କ୍ରିଡ଼ା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *