ବରପୁତ୍ରଙ୍କୁ ଉତ୍ତର ପିଢ଼ି ସହ ଯୋଡ଼ିବ ଭଦ୍ରାୟଣୀ
ମାଟିର ବର ପୁତ୍ର କ୍ ଉତ୍ତରପିଢି ସହ ଯୋଡ଼ିବା ହେଉଛି ଭଦ୍ରାୟଣୀ ମହୋତ୍ସବର ଲକ୍ଷ୍ୟ ବୋଲି ଭଦ୍ରାୟଣୀ ଉଦ୍ ଘାଟନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକ ନେହେରୁ ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଭଦ୍ରାୟଣୀକୁ ଗୁରୁ ବାର ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନ ପରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସ୍ୱର୍ଣପ୍ରସ୍ୟ ଓଡି଼ଶା ଗଠନ ପାଇଁ ଆଗାମୀ ପିଢି ଆଗକୁ ବଢ଼ୁ, ଉତ୍କଳ ଏକ ଏଭି ପାଖରେ ଦକ୍ଷତାର ଅଭାବ ଲାଗି ରହିଛି। ଅନେକଉଦ୍ଘାଟନୀ ସନ୍ଧ୍ୟାରେ ସତ୍ୟଜିତଙ୍କ କମାଲକ୍ଷେତ୍ରରେ ଆମେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛୁ। ମା’ ଭଦ୍ରକାଳୀ ଆଶୀର୍ବାଦ କରନ୍ତୁ। ଯୁବ ବର୍ଗ ଅଧିକ ଦକ୍ଷ ହୋଇ ଓଡ଼ିଶାକୁ ସ୍ବାବଲମ୍ବୀ କରନ୍ତୁ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଭାବେ ଆଇନମନ୍ତ୍ରୀପୃଥ୍ବୀରାଜହରିଚନ୍ଦନଯୋଗଦେଇ ଭଦ୍ରକ ମାଟି ହେଉଛି ସାଂସ୍କୃତି ଓ ଐତିହ୍ୟର ଏନ୍ତୁଡ଼ିଶାଳ ବୋଲି ମତ ରଖିଥିଲେ । ବିଶିଷ୍ଟ ଅତିଥି ଭାବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ବରପୁତ୍ରମାନଙ୍କୁ ଆଗାମୀ ପିଢି ଜାଣିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଏକ ମାଧ୍ୟମ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସିତାଂଶୁ ସେଖର ମହାପାତ୍ର ଯୋଗଦେଇଥିଲେ । ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମଞ୍ଚରେ ଅଧ୍ଯକ୍ଷତା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯୁବ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନଙ୍କ ସମେତ ଭାଗ୍ୟଶ୍ରୀ, ଶୀତଲ ପ୍ରମୁଖଙ୍କ ଗୀତରେ ମତୁଆଲା ହୋଇଥିଲେ ଉପସ୍ଥିତ ଦର୍ଶକ। ପରେ ଗୋଟିପୁଅ ନୃତ୍ୟ ସମତେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
