ବୁଗୁଡ଼ା ଓ ପୋଲସରା ବ୍ଳକ ଭାଗବତ ଟୁଙ୍ଗି ସୁରକ୍ଷା ସମିତି ଗଠିତ

ବୁଗୁଡ଼ା ଓ ପୋଲସରା ବ୍ଳକ ଭାଗବତ ଟୁଙ୍ଗି ସୁରକ୍ଷା ସମିତି ଗଠିତ
ଭାଗବତ ମହାପୁରାଣ ଓଡ଼ିଆ ଜାତିର ଜୀବନ ଜୀବିକାର ମାର୍ଗଦର୍ଶନ କରାଏ । ଭଗବାନଙ୍କ ସ୍ମରଣ କରାଇବାର ପ୍ରେରଣା ପ୍ରଦାନ କରିଥାଏ। ଘରେ ପ୍ରତିଦିନ ଅଧ୍ୟାୟେ ଭାଗବତ ପାଠ କଲେ ସମସ୍ତ ଅଶାନ୍ତି ଦୂର ହୋଇଯାଏ। ତେଣୁ କୁହାଯାଇଛି —
ପରମ ଶାସ୍ତ୍ର ଭାଗବତ। ଅଭ୍ୟାସ କରୁଥିବ ନିତ୍ୟ
ବୁଗୁଡ଼ା ଓ ପୋଲସରା ବ୍ଳକ ଭାଗବତ ଟୁଙ୍ଗି ସୁରକ୍ଷା ସମିତି ବ୍ଳକ ସ୍ତରୀୟ ସମ୍ମିଳନୀରେ ଅତିଥି ମାନେ ଏହି ମତ ପୋଷଣ କରିଥିଲେ।
ଜିଲ୍ଲା ଅଧ୍ୟକ୍ଷ ଡ଼ଃ ହରିହର ଦାସ ମହାରାଜଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ କାର୍ଯ୍ୟକାରୀ ସଭାପତି ମହନ୍ତ ରାଧାକାନ୍ତ ଦାସ ମହାରାଜ। ବିଶିଷ୍ଟ ଅତିଥି ଥିଲେ ସ୍ବାମୀ ସତ୍ୟାନନ୍ଦ ଗିରି । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ସ୍ବାମୀଅଶୋକାନନ୍ଦ ଜୀ ଓ ଜଗଦୀଶାନନ୍ଦ ଜୀ ମହାରାଜ ।
ଜିଲ୍ଲା ସଂଘଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିକି ସ୍ବାଇଁ , ଭାସ୍କର ଚନ୍ଦ୍ର ଦୋରା ଓ ଅଲେଖ ବାଡତ୍ୟା ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ। ସମ୍ମିଳନୀରେ ଉଭୟ ବ୍ଳକର ଶତାଧିକ ଭାଗବତ ପ୍ରେମୀ ଭକ୍ତ ଯୋଗଦେଇ ଥିଲେ।
ବୁଗୁଡ଼ା ଓ ପୋଲସରା ବ୍ଳକ ସ୍ତରୀୟ ସମିତି ଗଠନ କରାଯାଇ ସଦସ୍ୟ ମାନଙ୍କୁ ସମିତିର ନିୟମ ଜଣାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *