ବିଶ୍ୱ କବିତା ଦିବସ ଅବସରରେ ବଳଗଣ୍ଡି ଭକ୍ତ ସାଲବେଗ ପୀଠରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି

ବିଶ୍ୱ କବିତା ଦିବସ ଅବସରରେ ବଳଗଣ୍ଡି ଭକ୍ତ ସାଲବେଗ ପୀଠରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି, ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତି ଏବଂ ପ୍ରିୟପତ୍ର ଆନୁକୁଲ୍ୟରେ ଏକ କବିତା ଆସର ଆୟୋଜିତ ହୋଇଥିଲା। ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ସଂଯୋଜନାରେ ପ୍ରଲିପ୍ତା ଛୋଟରାୟ, ପ୍ରଭାତ ରଥ, ସସ୍ମିତା ମିଶ୍ର, ରଚିତା ରାଉତରାୟ, ଯୋଗେଶ୍ଵର ପ୍ରହରାଜ, ଧ୍ରୁବ ମୁଦୁଲି, ସହଦେବ ସାହୁ, କରୁଣାକର ଭୋଳ, ଚିନ୍ମୟୀ ଗଜେନ୍ଦ୍ର, ଅଶୋକ କୁମାର ମିଶ୍ର, ଅଶୋକ କୁମାର ମହାନ୍ତି, ପ୍ରଫେସର ଅଶୋକ ମହାନ୍ତି, ପ୍ରମିଳା ସିଂ, ଚନ୍ଦ୍ରଶେଖର ମହାରାଣା, ପ୍ରବାସିନୀ ମିଶ୍ର, ପ୍ରତିଭା ତ୍ରିପାଠୀ, ଚନ୍ଦ୍ରମଣି ଦାସ, ସଦାଶିବ ମିଶ୍ର, ଓଁ ପ୍ରସାଦ ମହାନ୍ତି, ସତ୍ୟଭାମା ନାୟକ, ଯୋଗେଶ୍ଵର ନାୟକ, ଜାନକୀ ବଲ୍ଲଭ ଦାଶ, ପଣ୍ଡିତ ସଦାଶିବ ମିଶ୍ର, ପୈର୍ଣ୍ଣମାସୀ ଦେବୀ, ମିନତି ମିଶ୍ର, ପୂଜା ପ୍ରଧାନ, ବିଜୟ ମିଶ୍ର, ପ୍ରାରମ୍ଭରେ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପାଇଁ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ପ୍ରିୟପତ୍ର ସମ୍ପାଦକ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଡକ୍ଟର ହେମନ୍ତ କୁମାର ଛୋଟରାୟ, ପ୍ରଭାତ ରଥ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଏବଂ ଚକ୍ରଧର ମହାପାତ୍ର ଅତିଥି ଭାବରେ ଯୋଗଦେଇ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରି କହିଲେ କବିତା ହେଉଛି ଭାରତ ମାଟିର ପ୍ରଥମ ଧ୍ୱନି । ପ୍ରଥମ କବିତା ଓଁକାର। ଶବ୍ଦକୁ ରୂପ ଦିଏ କବିତା। ଶେଷରେ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *