ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଭଜନ ପରିବେଷଣ
ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଭଜନ ପରିବେଷଣ
କୁଜଙ୍ଗ-୬/୭-କୁଜଙ୍ଗ ବ୍ଲକର ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ତିନି ଠାକୁରଙ୍କ ସୁନାବେଶ ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିଲା। ପ୍ରାର୍ଥନା ଚ୍ୟାନେଲର ଉପସ୍ଥାପକ ଅଭିନନ୍ଦନ ଦାସଙ୍କ ସୁନ୍ଦର ଉପସ୍ଥାପନା ଏବଂ ତାଙ୍କର ସାଥି କଳାକାରମାନଙ୍କ ଦ୍ଵାରା ପ୍ରଭୁ ଜଗନ୍ନାଥଙ୍କ ଭଜନ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଶେଷକରି ବ୍ରହ୍ମ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୁରୋଧା କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲିଙ୍କ ଶୃଙ୍ଖଳିତ ପରିଚାଳନା, ବ୍ୟବସ୍ଥିତ ଆୟୋଜନ ସମଗ୍ର କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ସଫଳ କରିଥିଲା। ସ୍ଥାନୀୟ ଅଞ୍ଚଳର ଆବାଳବୃଦ୍ଧବନିତା ମନ୍ଦିର ପରିସରକୁ ଆସି ବଡ଼ଠାକୁର ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସୁନାବେଶ ଦର୍ଶନ କରିବା ସହ ଭଜନ ଶ୍ରବଣ କରିଥିଲେ। ମନ୍ଦିରର ସେବାୟତ, କର୍ମଚାରୀ ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।
କୁଜଙ୍ଗରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
