ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ।‌

ରଘୁନାଥପୁର -ତା ୨୩.୧୦:-ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର ପରିସରରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜନ ହୋଇଯାଇଅଛି। ଏହି ଶିବିର ରେ ସମୁଦାୟ ୨୦୬ଜଣ ରେଜିଷ୍ଟ୍ରେସନ ହୋଇଥିବାବେଳେ ୧୪୬ ଜଣଙ୍କ ନାମରେ ସ୍ବାସ୍ଥ୍ୟଗତ ଯାଞ୍ଚ କରାଯାଇଥିଲା ।୬୦ଜଣ ଭିନ୍ନକ୍ଷମ କାର୍ଡ ପାଇଥିବାରୁ କଟିଯାଇଥିବା ବେଳେ ୨୧ଜଣକୁପ୍ରତ୍ୟାଖ୍ୟାନା କରାଯାଇଥିଲା ।

ଏଠାରେ ସୁଚନା ଥାଉ କି ୬ଟି ବିଭାଗରେ ସ୍ଵାସ୍ଥ୍ୟଗତ ଯାଞ୍ଚ କରାଯାଇଥିଲା ଯଥା ଅସ୍ଥି ଶଲ୍ୟ ରେ ୬୧ଜଣ,ମାନସିକ ରେ ୧୫ଜଣ, ଚକ୍ଷୁ ରେ ୯,କାନ (ଶ୍ରବଣ)୧୩ ଜଣ, ଭେଷଜ ବିଭାଗ ରେ ୧୩ଜଣ,ସ୍ନାୟୁ ଓ ଶିଶୁ ବିଭାଗ ରେ ୧୪ଜଣ ରୋଗି ମାନଙ୍କୁ ଯାଞ୍ଚ କରାଯାଇଥିଲା। ଏଠାରେ ଉଲ୍ଲେଖ ଥାଉ କି ଏହି ଶିବିର କୁ ରଘୁନାଥପୁର ବ୍ଲକର ଅଧିକାରୀ ସମେତ ଅନ୍ୟବିଭାଗ ଯଥା ମହିଳା ଓ ଶିଶୁ ବିକାଶ,ମିଶନ ଶକ୍ତି ଓ ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ମାନେ ସୁଚାରୁରୂପେ ତୁଲାଇଥିଲେ।

Leave a Reply

Your email address will not be published. Required fields are marked *