ନବରଙ୍ଗପୁର ପୌରପାଳିକାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ।

ନବରଙ୍ଗପୁର: ୧୨/୧୧/୨୦୨୫ ପୌରପାଳିକା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନୀୟ ଅତିଥି ଭାବରେ ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ପାତ୍ର ଯୋଗଦାନ କରିଥିଲେ । ଏହି ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷ ପାଇଁ 157 ଜଣ ଭିନ୍ନକ୍ଷମ ଭାଗ ନେଇଥିଲେ । ଭିନ୍ନକ୍ଷମଙ୍କ ଦିବ୍ୟାଙ୍ଗ ପ୍ରତିଶିତ ଆକଳନ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ଉପସ୍ଥିତ ରହିଥିଲେ । ଆଜିର ସ୍ୱାସ୍ଥ୍ୟ ଶିବିରରେ ବିଶେଷଜ୍ଞ ମାନଙ୍କ ଦ୍ୱାରା 92 ଜଣ ଭିନ୍ନକ୍ଷମଙ୍କୁ ବିଭିନ୍ନ ବର୍ଗରେ ଦିବ୍ୟାଙ୍ଗତା ପ୍ରମାଣପାତ୍ର ଦେବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସ୍ୱାସ୍ଥ୍ୟ ପରୀକ୍ଷା ମାଧ୍ୟମରେ ନିଷ୍ପତି ନେଇଥିଲେ । ଅତିଶୀଘ୍ର ଏହି ଦିବ୍ୟାଙ୍ଗ ମାନଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇ ସେମାନଙ୍କୁ ଦିବ୍ୟାଙ୍ଗ ପ୍ରତିଶିତ ଆନୁଯାଇ ଭତ୍ତା ପ୍ରଦାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ପାତ୍ର ସୂଚନା ପ୍ରଦାନ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ନବରଙ୍ଗପୁର ପୌରପାଳିକାର ସମସ୍ତ ୱାର୍ଡ ର କାଉନସିଲର, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *