ହିଞ୍ଜିଳି ପଞ୍ଚାୟତ ସମିତିରେ ଭୀମଭୋଇ ସାମର୍ଥ୍ୟ ଶିବିର , ବ୍ଳକ ଅଧ୍ୟକ୍ଷାଙ୍କୁ ଉପେକ୍ଷା ।

ହିଞ୍ଜିଳିକାଟୁ ,୨୩/୦୯/୨୫: ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଦିନ ୮ଘଣ୍ଟା ସମୟରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶିବିରକୁ ବିଭିନ୍ନ ପଞ୍ଚାୟତର ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ମହିଳା ଓ ଶିଶୁ ନେଇ ନିଜ ନିଜର ଅସୁବିଧା ଓ ଅଭିଯୋଗ ନେଇ ଉପସ୍ଥିତ ହେଇଥିଲା । ଏହି କାର୍ଯ୍ୟକ୍ରମ ମଧ୍ଯ୍ଯମରେ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ବାରା ପ୍ରୟାସ କରାଯାଇଥିଲା । ଉକ୍ତ ଶିବିରରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ , ବିରୋଧୀ ଦଳର ନେତା ହିଞ୍ଜିଳି ବ୍ଳକ ବିଧାୟକ ପ୍ରତିନିଧି ଏ .ସୁଦର୍ଶନ , ବ୍ଳକ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ , ଗଞ୍ଜାମ ଡି ଏସ ଏସ ଓ କୃଷ୍ଣଚନ୍ଦ୍ର ବେହେରା , ଛତ୍ରପୁର ଏସ୍ .ଏସ୍.ଏସ୍ ଓ ଶ୍ରୀ ମତୀ ରଶ୍ମିତା ସ୍ବାଇଁ ଙ୍କ ସହ ବିଭିନ୍ନ ବିଭାଗର ଅଭିଜ୍ଞ ଡ଼ାକ୍ତର ଏବଂ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରିଚାଳନା କରିଥିବା ବେଳେ ବି ଏସ୍ ଏସ୍ ଓ ଶୁଭଶ୍ରୀ ବେହେରା ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତ ସମିତିର ସରପଞ୍ଚ ,ସମିତି ସଭ୍ୟ ଯୋଗଦାନ କରିଥିଲେ । ହିଞ୍ଜିଳି ବିଡ଼ିଓଙ୍କ ଦ୍ବାରା ମନୋନୀତ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା ବେଳେ ହିଞ୍ଜିଳି ବ୍ଳକ ଅଧ୍ୟକ୍ଷାଙ୍କ ଶ୍ରୀମତୀ ସେଠୀ ଅନୁପସ୍ଥିତିରେ ବୃନ୍ଦାବନ ସରକାରୀ ବିଦ୍ଯାପୀଠ ହିଞ୍ଜିଳି କାଟୁର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରଛାତ୍ରୀ ମାନେ ସ୍ବେଚ୍ଛାସେବୀ ଭାବେ ଭିନ୍ନକ୍ଷମ ପାଇଁ ସାହାଯ୍ୟ ଓ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଶେଷରେ ମଧ୍ଯାହ୍ନ ଭୋଜନ ଆୟୋଜନ କରାଯାଇଥିଲା । ଭୀମଭୋଇ ସାମର୍ଥ୍ୟ ଶିବିର ଅଭିଯାନ ସୁଚାରୁରୂପେ ସମ୍ପାଦନା ହୋଇଥିବାରୁ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ, ସାମ୍ବାଦିକ ବନ୍ଧୁ ଓ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳି ବ୍ଳକ ଅଧ୍ୟକ୍ଷାଙ୍କ ଅନୁପସ୍ଥିତିକୁନେଇ ସାଧାରଣରେ ବିଭିନ୍ନ ପ୍ରକାରର ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *