ଭୋଳାନାଥ ଗୁରୁକୁଳ ଫାଉଣ୍ଡେସନର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ।

ଭୋଳାନାଥ ଗୁରୁକୁଳ ଫାଉଣ୍ଡେସନର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ।
ନିମାପଡା ( ) ଭୋଳାନାଥ ଗୁରୁକୁଳ ଫାଉଣ୍ଡେସନର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁରୁକୁଳର ଅଧ୍ୟକ୍ଷ ଶରତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବରେ ୱାଲଡ ଆର୍ଟ ଭୁବନେଶ୍ୱର ସମ୍ପାଦକ ଡ଼କ୍ଟର ବିପନୀ ବିହାରୀ ସାହୁ,ଯୁଗଶ୍ରୀ ଯୁଗ ନାରୀର ସମ୍ପାଦିକା ମମତା ମହାପାତ୍ର, ଦରବାର ସାହିତ୍ୟ ସଂସଦର ସମ୍ପାଦକ କେଦାରଶ୍ୱର ଚୌଧୁରୀ,ଶିଶୁ ପତ୍ରିକା ବାନର ସେନାର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ,ସମାଜସେବୀ ଡ଼କ୍ଟର ଅନିତା ସାବତ ପ୍ରମୁଖ ଯୋଗ ଦେଇ ଓଡିଶାର ପାରମ୍ପରିକ ହସ୍ତକଳାର ଅତିତ, ବର୍ତମାନ, ଭବିଷ୍ୟତକୁ ନେଇ ନିଜ ନିଜର ବକ୍ତବ୍ୟ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁକୁଳର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପାରମ୍ପାରିକ ହସ୍ତକଳାରେ ପାରଦର୍ଶିତା ଲାଭ କରିଥିବା ଶିଳ୍ପୀ ମାନଙ୍କୁ ସମ୍ଭଧ୍ରିତ କରାଯାଇଥିଲା। ଏହି ଅବସରରେ ଚାନ୍ଦୁଆ ହସ୍ତକଳାରେ ଉଲ୍ଲେଖନୀୟ ଅବଦାନ ପାଇଁ ପିପିଲିର ଜବାର ଖାନଙ୍କୁ ଶିଳ୍ପୀକୁଳ ଚନ୍ଦ୍ରମା ସମ୍ନାନ ଶ୍ରୀଚରଣ ରାଉତଙ୍କୁ ଗୁରୁ ପଞ୍ଚାନନ ସେନାପତି ସମ୍ନାନରେ ସମ୍ଭଧ୍ରିତ କରାଯାଇଥିଲା। ସେହିପରି ପଟ୍ଟଚିତ୍ର ଶିଳ୍ପୀ ରଶ୍ମିତା ସ୍ୱାଇଁ, ଉମେଶ ମହାପାତ୍ର ଚାନ୍ଦୁଆ , ବିଶ୍ୱରଂଜନ ପାତ୍ରଙ୍କୁ ଶଙ୍ଖ ଶାମୁକା କଳା ପାଇଁ ଭୋଳାନାଥ ଶିଳ୍ପୀ ସମ୍ନାନରେ ସମ୍ନାନିତ କରାଯାଇଥିଲା।ଏଥିସହିତ ଗୁରୁକୁଳରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ 300 ରୁ ଉର୍ଦ୍ଧ ଶିଳ୍ପୀ, ବୁଣାକାର କାରିଗର ଯୋଗ ଦେଇଥିଲେ।ଅନୁଷ୍ଠାନର ଟ୍ରଷ୍ଟି ସୌଦାମିନୀ ସ୍ୱାଇଁ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଶରତ କୁମାର ପ୍ରଧାନଙ୍କ ସଂଗୃହିତ ପୁସ୍ତକ ଓଡିଶା ଶିଳ୍ପୀ ସମ୍ପଦ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଗଙ୍ଗାଧର ଓଝା ପରିଚାଳନା କରିଥିଲେ। ଶେଷରେ ଶରତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *