ଶିଶୁଦିବସ ଉପଲକ୍ଷେ ଭୋଲାନାଥ ହାଇସ୍କୁଲ୍‌ରେ କୁମ୍ଭରପାଡା ପୋଲିସ୍‌ଙ୍କ ବିଶେଷ କାର୍ଯ୍ୟକ୍ରମ

ପ୍ରେସ ନୋଟ

ଶିଶୁଦିବସ ଉପଲକ୍ଷେ ଭୋଲାନାଥ ହାଇସ୍କୁଲ୍‌ରେ କୁମ୍ଭରପାଡା ପୋଲିସ୍‌ଙ୍କ ବିଶେଷ କାର୍ଯ୍ୟକ୍ରମ

ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶରେ ଆଜି ଶିଶୁଦିବସ ଉପଲକ୍ଷେ ଭୋଲାନାଥ ହାଇସ୍କୁଲ୍, ପୁରୀ ରେ ବିଶେଷ କାର୍ଯ୍ୟକ୍ରମରେ IIC କୁମ୍ଭରପାଡା ଶ୍ରୀ ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ବିଶେଷ ଆମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ଥିଲେ ବିନୋଦିନୀ ମହାପାତ୍ର, ସସ୍ମିତା ରାଉତ, ଲକ୍ଷ୍ମୀପ୍ରିୟା ରାୟ, ମଧୁସ୍ମିତା ରାମସିଂହ, ବାମନ ଚରଣ ସାହୁ, କୃଷ୍ଣପ୍ରିୟା ପାଢୀ, ଜମୁନା ବାରିକ, କୃଷ୍ଣ ହଳଦର, ପବିତ୍ର ରାଉଳ, ଚିନ୍ମୟୀ ଜେନା, ବିଚିତ୍ର କୁମାର ବାରିକ, ଭାସ୍କର ବିଶ୍ୱଳ, ନମିତା ବାରିକ, ନିରଞ୍ଜନ ମିଶ୍ର, କାର୍ତ୍ତିକ ମହାରଣା, ସ୍ମିତାରଣୀ ପ୍ରହରାଜ, ପଙ୍କଜିନୀ ଜେନା, ମିଲି ବେହେରା
ଶିଶୁଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମକ୍‌ ପାର୍ଲାମେଣ୍ଟ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଠାରେ ଛାତ୍ରମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଦେଶ ଗଠନ, ଶିକ୍ଷା, ନୀତି-ନିୟମ ଏବଂ ସମାଜିକ କର୍ତ୍ତବ୍ୟ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା ।

ମକ୍ ପାର୍ଲାମେଣ୍ଟ୍‌ରେ ଭୂମିକାଗୁଡ଼ିକ ମଧ୍ୟରୁ ବିଜେତା ହେଲେ :

  1. ରିତେଶ ବେହେରା – ଏସ୍‌ଆଇ
  2. ହିତେଶ କୁମାର ନାୟକ – ଟ୍ରାଫିକ ପୋଲିସ୍
  3. ସୁଭାସ୍ମିତା ବାରିକ – ସ୍ଥାନୀୟ ବିଧାନସଭ୍ୟ (MLA)
  4. ଅନିକେତ ଦେଓ – ରାଜ୍ୟପାଳ (Governor)
    ଛାତ୍ରମାନଙ୍କ ଚିନ୍ତାଧାରା, ଉତ୍ସାହ ଏବଂ ନେତୃତ୍ୱକୁ ସମ୍ମାନିତ କରିବା ପାଇଁ IIC କୁମ୍ଭରପାଡା ଦ୍ୱାରା ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଜୋରଦାର ଅଂଶଗ୍ରହଣ, ଶିକ୍ଷକମାନଙ୍କ ଅପରିହାର୍ଯ୍ୟ ସହଯୋଗ ଏବଂ ପୋଲିସ୍-ସ୍କୁଲ୍ ସମ୍ପର୍କରେ ନୂତନ ମିଳନସୂତ୍ର ପ୍ରକାଶିତ ହୋଇଛି । ପୁରୀ ପୋଲିସ୍ ଯୁବ ସଶକ୍ତିକରଣ ଏବଂ ସୁଶିକ୍ଷିତ ସମାଜ ଗଠନ ପାଇଁ ଏମିତି ଉଦ୍ୟମ ଜାରି ରଖାଯିବ ।

Leave a Reply

Your email address will not be published. Required fields are marked *