ତିର୍ତ୍ତୋଲ ବାଲିଯାତ୍ରା ପାଇଁ ଭୁମି ପୂଜନ
ତିର୍ତ୍ତୋଲ: ତିର୍ତ୍ତୋଲ ର ଅସ୍ମିତା, ସ୍ୱାଭିମାନ, ଗୌରବମୟ ଗାଥାର ମୁକସାଖି ହେଉଛି ଚେଳିତୋଳ ବାଲିଯାତ୍ରା | ଇତି ମଧ୍ୟରେ ଏହି ଐତିହାସିକ ବାଲିଯାତ୍ରା ୨୪ ବର୍ଷରେ ପଦାର୍ପଣ କରିବା ସହିତ ତିର୍ତ୍ତୋଲ ଅଞ୍ଚଳର ଗଣପର୍ବ ଭାବେ ଲୋକପ୍ରିୟତା ଅର୍ଜନ କରିଅଛି। ଏହି ମହୋତ୍ସବ ନିମନ୍ତେ ତିର୍ତ୍ତୋଲ ବ୍ଲକ ଗୋପିଆକୁଦ ମହାନଦୀ ପଠାରେ ଭୂମିପୂଜନ ଉତ୍ସବ ତିର୍ତ୍ତୋଲ ର ମାନ୍ୟବର ବିଧାୟକ ପ୍ରଫେସର ରମାକାନ୍ତ ଭୋଇଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଅଛି । ଚଳିତ ବର୍ଷ ଦଳମତ ନିର୍ବିଶେଷ ରେ ସମସ୍ତଙ୍କୁ ନେଇ ଚେଳିତୋଳ ବାଲିଯାତ୍ରା ମହୋତ୍ସବ କରିବାର ପ୍ରୟାସ ରଖିଛନ୍ତି ମାନ୍ୟବର ବିଧାୟକ। ବିଧାୟକ ଙ୍କର ଏପରି ପ୍ରୟାସ କୁ ଦଳମତ ନିର୍ବିଶେଷରେ ସଂସ୍କୃତି ପ୍ରେମି ମାନେ ସ୍ୱାଗତ କରିଛନ୍ତି। ଏହି ମହୋତ୍ସବ ଆସନ୍ତା ୫ ତାରିଖରୁ ଗୋପିଆକୁଦ ମହାନଦୀ ପଠାରେ ଅନୁଷ୍ଠିତ ହେବାକୁ ଯାଉଛି | ଏହି ମହୋତ୍ସବ ଦୀର୍ଘ ୭ ଦିନ ବ୍ୟାପି ଚାଲିବ ବୋଲି ଆୟୋଜକଙ୍କ ଠାରୁ ସୂଚନା ମିଳିଛି | ଏହି ଭୂମି ପୂଜନ ଉତ୍ସବରେ ପୂଜକ ଶିଶିର ପଣ୍ଡା ପୂଜାର୍ଚ୍ଚନା କରିଥିବା ବେଳେ ବିଧାୟକ ତଥା ବାଲିଯାତ୍ରା ର ସଭାପତି ପ୍ରଫେସର ଡ଼ଃ. ରମାକାନ୍ତ ଭୋଇ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ l ହୋମଯଜ୍ଞ, ପୂର୍ଣ୍ଣାହୁତି କରାଯାଇ ମା’ଙ୍କ ଆଜ୍ଞାମାଳ ମଞ୍ଚରେ ଅନୁକୂଳ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଜ଼ିଲ୍ଲାପରିଷଦ ସୁନୀଲ ବେହେରା, ଚିତ୍ତରଞ୍ଜନ ରଥ, ଅରବିନ୍ଦ ହୋତା, ସୁବ୍ରତ ଦାଶ, ପୂର୍ବତନ ଜ଼ିଲ୍ଲାପରିଷଦ ସନାତନ ଦଳାଇ, ପ୍ରେମାନନ୍ଦ ମହାନ୍ତି, ଦୀପକ ସାହୁ, ଦେବୀପ୍ରସାଦ ମହାପାତ୍ର, ନିହାର ରଞ୍ଜନ ମହାନ୍ତି, ସୁବର୍ଣ୍ଣ ପଣ୍ଡା, ରମେଶ ଚନ୍ଦ୍ର ରାଉଳ, ଆଶିଷ ମହାପାତ୍ର, ପ୍ରଶାନ୍ତ ଲେଙ୍କା, ଦେବବ୍ରତ ବାରିକ, ବିନ୍ଧ୍ୟ ବାସିନୀ ମହାନ୍ତି, ସ୍ମୃତି ରଞ୍ଜନ ରାୟ, ମଳୟ ବାରିକ, ଅଭିଷେକ ଦାସ, ଆଦିତ୍ୟ ନାରାୟଣ ଲେଙ୍କା, ଆଶିଷ ସ୍ୱାଇଁ, ତାରା ପ୍ରସାଦ ରାଉତ, ସତ୍ୟ ପ୍ରକାଶ ଜେନା, ବିଶ୍ୱଜିତ ମଲ୍ଲିକ, ସୁମିତ୍ ପଣ୍ଡାଙ୍କ ସମେତ ସ୍ଥାନୀୟ ସଂସ୍କୃତି ପ୍ରେମୀ ଉପସ୍ଥିତ ରହିଥିଲେ l
